ରେଢାଖୋଲର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ରେଢାଖୋଲର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି । ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ କେବେ ଡାକ୍ତରଖାନା ଆସନ୍ତି ଆଉ କେବେ ଆସନ୍ତିନି ଜାଣିବା ମୁସ୍‌କିଲ୍‌ ବୋଲି କୁହାଯାଇଛି । ଅଭିଯୋଗ ଅନୁସାରେ ନିଜ ଭବାନୀପାଟଣା ସ୍ଥିତ କ୍ଲିନିକରେ ମାସର ଅନେକ ଦିନ ଉପସ୍ଥିତ ରୁହନ୍ତି । ଏଠାରେ କାର୍ଯ୍ୟରତ ବରିଷ୍ଠ ଶିଶୁ ରୋଗ ବିଷେଶଜ୍ଞ ଡାକ୍ତର ରାମକୃଷ୍ଣ ପତିଙ୍କ ସ୍ତ୍ରୀ ମାନିନୀ ମିଶ୍ର ପୁଣି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପତିଙ୍କ ସୁବିଧା ଅସୁବିଧା କେବେ ନ ବୁଝି, ସ୍ଥାନ କାଳ ପାତ୍ର ନ ଦେଖି ଏସଡିଏମଓ ଡା. ପତିଙ୍କୁ ବର୍ଷେ କାଳ ହେଲା ଦୁର୍ବ୍ୟବହାର କରି ଆସୁଛନ୍ତି । ନିଜେ ଏସଡିଏମଓ ମହାଶୟ ଡାକ୍ତରଖାନାରେ ନରହି ତାଙ୍କ ପତିଙ୍କୁ ଅଧିକ ଡ୍ୟୁଟି କରିବାକୁ ବାଧ୍ୟ କରୁଥିବା ସେ କହିଛନ୍ତି ।

Leave A Reply

Your email address will not be published.

one × four =