pakka

ବରଗଡ଼ ମ୍ୟୁନିସିପାଲିଟିର ୨ୟ କାଉନସିଲ ବୈଠକ

l2

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲିଟିର ଦ୍ବିତୀୟ କାଉନସିଲ ବୈଠକ ଆଜି ଅଫିସ୍ ହଲ୍ ଠାରେ ଆୟୋଜିତ ହୋଇଯାଇଛି । ପୈାରାଧ୍ୟକ୍ଷା କଳ୍ପନା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରଗଡ଼ ସହରର ଉନ୍ନତି ପାଇଁ ଗତ ଏକ ମାସ ମଧ୍ୟରେ ନିଆଯାଇଥିବା କାର୍ୟ୍ୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ଦିନରେ ବରଗଡ଼ ସହରରେ କାର୍ୟ୍ୟକାରୀ ହେବାକୁ ଥିବା ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଉପସ୍ଥିତ ଥିବା ସମସ୍ତ ସଭ୍ୟସଭ୍ୟା ମାନଙ୍କୁ ଅବଗତ କରାଇବା ସହ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ୟ୍ୟ, ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ମ୍ୟୁନିସିପାଲଟି ଯନ୍ତ୍ରୀ ଏଲିନା ଏକ୍କା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

pp
Leave A Reply

Your email address will not be published.

4 × 2 =