csstore

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବରିଷ୍ଠ ଉପସଭାପତି ଟାଣୁଆ ସଂଗ୍ରାମୀ ନେତା ସ୍ଵର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ଉପସଭାପତି ତଥା ବରିଷ୍ଠ ଟାଣୁଆ ସଂଗ୍ରାମୀ ନେତା ସ୍ୱର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ପାଢେଲ ସ୍ଥିତ ପରିଚ୍ଛା ହେଚେରୀ କେମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରସେନ ବର୍ଗତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ବରଗଡ଼ ଜିଲ୍ଲା ପଦ୍ମପୁର ପୂର୍ବତନ ବିଧାୟକ ତଥା ପଦ୍ମପୁର ଡିଭିଜନ ସଂପାଦକ ପ୍ରଦୀପ କୁମାର ପୁରୋହିତ ମୂଖ୍ୟ ଅତିଥି, ଖରିଆର ଡିଭିଜନ ସଂପାଦକ ଯଦୁମଣି ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ଵର୍ଗତ ପରିଚ୍ଛାଙ୍କର ବଲିଷ୍ଠ ନେତୃତ୍ୱ ଗରିବ ଶ୍ରମିକଙ୍କ ପାଇଁ ତାଙ୍କର ସଂଗ୍ରାମ ଓ ସଂଘ ସହିତ ଜଡିତ ପୁରୁଣା କଥା ସବୁ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଅବସରରେ ଡିଭିଜନର ସମସ୍ତ କର୍ମକର୍ତ୍ତା, ସର୍ବ ସମ୍ମତି କ୍ରମେ ସ୍ୱର୍ଗତ ପରିଚ୍ଛାଙ୍କର ବିୟୋଗରେ ତାଙ୍କ ସ୍ଥାନରେ ଡିଭିଜନର ନେତୃତ୍ୱ ନେବା ପାଇଁ ତାଙ୍କର ସୁପୁତ୍ର ଶିବାନନ୍ଦ ପରିଚ୍ଛାଙ୍କୁ ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଆଜିଠାରୁ ଶିବାନନ୍ଦ ପରିଚ୍ଛା ଦାୟିତ୍ଵ ନେବା ସାଙ୍ଗକୁ ତାଙ୍କ ବାପାଙ୍କ କଥାକୁ ଅନୁସରଣ କରି ଡିଭିଜନର ସମସ୍ତ ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରି ବଲିଷ୍ଠ ନେତୃତ୍ୱ ପ୍ରଦାନ କରିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ । ଏହି ସ୍ମୃତି ସଭାରେ ଚିତ୍ତରଞ୍ଜନ ବେହେରା, ଧ୍ରୁବ ଚାନ୍ଦ, ମକାରୁ ପଣ୍ଡା, ନୀଳମଣି ବୁଡେକ, ଶିବ ପଟନାୟକ, ତିଲ ବାଗ, କାଶୀ ପ୍ରସାଦ ସାହୁ, ଦ୍ରୋଣ ବନଛୋର, ତୀର୍ଥ ଜୁଏଡ, ରାଜୀବ ବିଶ୍ଵାଳ ପ୍ରମୁଖ ସାମିଲ ହୋଇଥିଲେ । ପାଟଣାଗଡ଼ ଡିଭିଜନ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମସ୍ତ ରେଞ୍ଜର ଶତାଧିକ କର୍ମକର୍ତ୍ତା ଯୋଗଦେଇଥିବା ବେଳେ ସଂଘ ରାଜ୍ୟ ସଂପାଦକ କୋକିଳ ସାହୁ ସଭା ପରିଚାଲନା କରିଥିଲେ ।

jayashree
Leave A Reply

Your email address will not be published.