ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଲୋଇସିଂହା ବ୍ଲକର ଭାଲୁପାଲି ଗ୍ରାମରେ ବୃକ୍ଷ ରୋପଣ କରାଯାଇଛି । ସମାଜସେବୀ ରଘୁନାଥ ନାୟକଙ୍କ ଦ୍ଵାରା ଆୟୋଜିତ ହୋଇଥିଲା ଓ ଭାଲୁପାଲି ଗ୍ରାମର ବୟସ୍କ ବ୍ୟକ୍ତି ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ଗ୍ରାମର ସମସ୍ତ ଯୁବଗୋଷ୍ଠୀ ସହଯୋଗ କରିଥିଲେ ଓ ସମସ୍ତେ ନିଜେ ଜଗାଇଥିବା ଗଛର ଯତ୍ନ ନେବାକୁ ସଂକଳ୍ପ ମଧ୍ୟ କରିଛନ୍ତି । ଲୋପ ପାଇଯାଉଥିବା ଜଙ୍ଗଲୀ ଫଳମୂଳ ବୃକ୍ଷ ରୋପଣ କରାଯାଇଛି ପଣସ, କୁସୁମ, ଡୁମ୍ବେର, ଜାମ୍ମୁ, ଆମ୍ବ, ତେନ୍ତୁଳି, ନିମ୍ବ ଇତ୍ୟାଦି ତାଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

9 + eight =