csstore

ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ବକ୍ତାମାନେ ତାଙ୍କ ସ୍ମୃତି ଚାରଣ କରିଥିଲେ । ଉକ୍ତ ଶୋକସଭାରେ ଉପସଭାପତି ମନିଷ ମିଶ୍ର, ବୁଲୁ ଦାନି, ଅଜୟ ବାଲି, ଅସିତ ମିଶ୍ର, ସାନନ୍ଦ ମିଶ୍ର, ପ୍ରେମ ମିଶ୍ର, ଅଙ୍କିତ ସାହୁ, କୈଳାସ ମିଶ୍ର, ପ୍ରତ୍ୟୁଷ ଖୁଆସ, ସୁଜିତ କୁମ୍ଭାର, ଅମିତ ନାଥ, ଜୁଲୁ ପଟ୍ଟନାୟକ, ପବିତ୍ର ନେପାକ, ଫେଜୁଲୁଦ୍ଦିନ ଖାନ, ହରି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.