ପି ଆର୍‌ ହାଇସ୍କୁଲର ୭୬ ବ୍ୟାଚ ପକ୍ଷରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ସଂଘ ଭବନରେ ସ୍ୱର୍ଗତ ଅଶୋକ କୁମାର ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୃଥ୍ୱୀରାଜ ହାଇସ୍କୁଲର ୭୬ ମେଟ୍ରିକ ବ୍ୟାଚର ସହପାଠୀଙ୍କ ଦ୍ୱାରା ଆୟୋଜିତ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭାଟିକୁ ପ୍ରଫେସର ତରୁଣ କୁମାର ମିଶ୍ର ସଭାପତିତ୍ୱ କରି ପ୍ରଥମେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ । ମାତ୍ର ୬୨ ବର୍ଷ ବୟସରେ ଦୁଇ ଝିଅ ଓ ବିଧବା ପତ୍ନୀଙ୍କ ସହ ପରିବାର ବର୍ଗଙ୍କୁ ଶୋକ ସାଗରରେ ଭସାଇ ଚାଲି ଯାଇଥିବାରୁ ସମସ୍ତେ ମର୍ମାହତ ଓ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ସହ୍ୟ କରିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଥିଲେ । ଆଲୋକ ହୋତା, ଓମ୍‌ ପ୍ରକାଶ ଚାନ୍ଦ, ଅଶ୍ୱିନି ଦାଶ, ପ୍ରଦ୍ୟୁମ୍ନ ପୁରୋହିତ, ପ୍ରବୀଣ ବଢିଆ, ପ୍ରେମଚାନ୍ଦ ମହାନ୍ତି, ଅଶୋକ ମିଶ୍ର, କହ୍ନେଇ ପାଣିଗ୍ରାହୀ, ଅଶୋକ ପାଣିଗ୍ରାହୀ, ଆର୍ତ୍ତତ୍ରାଣ ମିଶ୍ର, ପ୍ରଦୀପ ମିଶ୍ର, ଧନଞ୍ଜୟ ମିଶ୍ର, ବିପିନ ପୁରୋହିତ ପ୍ରମୁଖ ସ୍ମୃତି ଚାରଣ କରି ସେ ଅନେକ ପ୍ରତିଭାର ଅଧିକାରୀ, ମେଳାପି ଓ ଅଜାତଶତୃ ଥିଲେ ବୋଲି ମତ ଦେଇଥିଲେ । ଉକ୍ତ ସଭାରେ ମୋତିଲାଲ ସାହୁ, ସରୋଜ ଯୋଷୀ, ସଂଜିବ ବହିଦାର, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ପ୍ରଫୁଲ୍ଲ ପଟେଲ, ଗୋପାଳ କର, ଉପେନ୍ଦ୍ର ସିଂଦେଓ, ପ୍ରଶନ୍ନ ମିଶ୍ର, ରମେଶ ସିଂଦେଓ, ସୁରେଶ ସାହୁ, କାହ୍ନୁ ପଟେଲ, ରବିନ୍ଦ୍ର ବନଛୋର, ହରି ପାଣି, ପ୍ରଦୀପ ନେପାକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.