ବରିଷ୍ଠ ରାଜନେତା କିଶୋର ମହାନ୍ତିଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଶୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ରାଜନେତା ତଥା ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ସ୍ୱର୍ଗତ ମହାନ୍ତି ଏକଧାରାରେ ଜଣେ ଅନୁଭବ ରାଜନେତା ଏବଂ ଲୋକପ୍ରିୟ ଜନପ୍ରତିନିଧି ଭାବେ ଓଡିଶା ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏକାଧାରାରେ ବିଧାୟକ, ସାଂସଦ ତଥା ଓଡିଶା ବିଧାନସଭାର ବାଚସ୍ପତି ଭାବେ ତାଙ୍କର ଦକ୍ଷତା, କ୍ରିୟାଶୀଳତା ଏବଂ ସାମ୍ବିଧାନିକ ପାରଦର୍ଶିତା ତାଙ୍କୁ ଯଥେଷ୍ଟ ସୁନାମ ଆଣି ଦେଇଥିଲା । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ତାଙ୍କର ଅବଦାନ ମଧ୍ୟ ବେଶ ଉଲ୍ଲେଖନୀୟ । ତାଙ୍କର ରାଜନୈତିକ ଜୀବନ ବେଶ ଉଜ୍ୱଳ ଥିଲା ଏବଂ ଆଗରେ ଆହୁରୀ ଅନେକ କିଛି କହିବାର ଥିଲା । ତାଙ୍କର ଅକାଳ ବିୟୋଗ ମତେ ବ୍ୟକ୍ତିଗତ ଭାବେ ଗଭୀର ମର୍ମାହତ କରିଛି । ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀମତୀ ସାହୁ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

4 + 20 =