jayashree

କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ

  • ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ୟା ସନ୍ତାନର ଆଗମନରେ ପରିବାରରେ ଖେଳିବାକୁ ଥିଲା ଖୁସିର ମାହୋଲ । ହେଲେ ଖୁସିର ସେହି କ୍ଷଣ ପରିଣତ ହେଲା ଶୋକରେ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ନବଜାତ କନ୍ୟା ସନ୍ତାନଟି ମା’କୁ ହରାଇଥିବା ବେଳେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼ । ମୃତ ମହିଳା ଜଣକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ଗ୍ରାମର ଆଦ୍ୟାଶା ବେହେରଦଳାଇ । ସୂଚନା ଅନୁଯାୟୀ, ଶନିବାର ସକାଳେ ପ୍ରସବ ବେଦନା ହେବାରୁ ପରିବାର ଲୋକ ଓ ଆଶାକର୍ମୀଙ୍କ ସହ ଅଟୋ ଯୋଗେ ଆଦ୍ୟାଶା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ । ଚିକିତ୍ସାଳୟରେ ପ୍ରସବ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଶିଶୁକୁ ଜନ୍ମ ଦେବା ପରେ ଆଦ୍ୟାଶା ଚେତାଶୂନ୍ୟ ହୋଇପଡ଼ିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ମା’ଙ୍କ ମୃତ୍ୟୁ ପରେ ନବଜାତ ଶିଶୁଟି ଚିକିତ୍ସାଳୟରେ ରହିଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ପ୍ରସବ ପରେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ଚିକିତ୍ସା ସମ୍ବନ୍ଧୀୟ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.