ବ୍ରହ୍ମପୁର, (କେପିଏନ୍ଏସ୍) : ବିଶିଷ୍ଟ ଶ୍ରମିକ ତଥା ଅଦେିବାସୀ ନେତା ଏବଂ ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ର୍ତିକିଙ୍କ ଦେହାବସାନରେ ଓଡ଼ିଆ ସାପ୍ତାହିକ ‘ନବୀନ’ର ସମ୍ପାଦକ ତଥା ଅଗ୍ରଣୀ ଟ୍ରେଡ୍ ୟୁନିଅନ୍ ନେତା ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ରଥ କହିଛନ୍ତି ଯେ, ତିର୍କି ସମତା କ୍ରାନ୍ତି ଦଳର ରାଜ୍ୟ ଅଧ୍ୟକ୍ଷ ଥିବାବେଳେ ୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ ତାଙ୍କ ସହ ଅତି ନିକଟତର ହୋଇ କାମ କରିବାର ଅବସର ମିଳିଥିଲା । ତାଙ୍କ ସରଳତା, ସଂଗ୍ରାମଶୀଳ ମନୋଭାବ ଏବଂ ଆଦିବାସୀ-ଶ୍ରମିକ ମୁଦ୍ଦା ପ୍ରତି ନିଷ୍ଠାକୁ ନିଜ ଆଖିରେ ଦେଖିଥିଲେ । ଜର୍ଜ ତିର୍କିି ଓଡ଼ିଶା ପଶ୍ଚିମାଞ୍ଚଳର ଆଦିବାସୀ ଅଞ୍ଚଳରୁ ଆସିଥିବା ଏକ ସାହସୀ ଏବଂ ପ୍ରଗତିଶୀଳ ନେତା ଥିଲେ । ସେ ବୀରମିତ୍ରପୁର ଆସନରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆଦିବାସୀ, ଶ୍ରମିକ ଏବଂ ସାଧାରଣ ଜନତାଙ୍କ ପ୍ରସଙ୍ଗଗୁଡ଼ିକୁ ଜୋରଦାର ଭାବେ ବିଧାନସଭାରେ ଉଠାଇଥିଲେ । ଶ୍ରୀ ତିର୍କିିଙ୍କ ସଂଗ୍ରାମ କେବଳ ରାଜନୀତିରେ ସୀମିତ ନଥିଲା ବରଂ ସେ ମାଟି, ଜମି, ଜଳ, ଜଙ୍ଗଲ, ଜୀବିକା, ଶ୍ରମିକ ଅଧିକାର ଓ ଆଦିବାସୀଙ୍କ ସମ୍ମାନ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ଶ୍ରୀ ତିିର୍କିି ଦଳମତ ନିର୍ବିିଶେଷରେ ନିଜର ଏକ ସ୍ୱତନ୍ତ୍ର ରାଜନୀତିକ ପରିଚୟ ସୃଷ୍ଟି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭିନ୍ନ-ଭିନ୍ନ ଗଣନେତାଙ୍କ ସହିତ ମିଶି ଆଦିବାସୀ ଏବଂ ଶ୍ରମିକଙ୍କ ସ୍ୱରକୁ ରାଜ୍ୟସ୍ତରରେ ପହଞ୍ଚାଇଥିଲେ । ତିର୍କିଙ୍କ ଦୃଢ଼ ଭାବ, ନିଷ୍ଠା ଏବଂ ସାହସୀ ଉଚ୍ଚାରଣ, ତାଙ୍କୁ ଓଡ଼ିଶାର ରାଜନୀତିରେ ଏକ “ସଂଗ୍ରାମୀ ସ୍ୱର’ ଭାବେ ପରିଚୟ ପ୍ରଦାନ କରିଥିଲା । ଶ୍ରୀ ରଥ କହିଛନ୍ତି, ଜର୍ଜ ତିର୍କିିଙ୍କ ବିୟୋଗ କେବଳ ଗୋଟିଏ ନେତାଙ୍କ ଅନୁପସ୍ଥିତି ନୁହେଁ, ବରଂ ଏକ ଦୀର୍ଘକାଳୀନ ଆଦିବାସୀ-ଶ୍ରମିକ ଆନ୍ଦୋଳନରେ ଗଭୀର ଶୂନ୍ୟତା ସୃଷ୍ଟି କରିଛି । ତାଙ୍କ ସାହସ ଓ ଲକ୍ଷ୍ୟପ୍ରତି ଉତ୍ସର୍ଗୀକୃତ ସମର୍ପଣ ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ । ଏହି ଅବସରରେ ଶ୍ରୀ ରଥ ଦିବଙ୍ଗତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଅମର ଆତ୍ମାର ଶାଶ୍ୱତ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।
Next Post