
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମାଲିଶିରା ପଞ୍ଚାୟତ ଡ଼ଙ୍ଗାବାଞ୍ଜି ଗ୍ରାମ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଗୁରୁବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସଂକୀର୍ତ୍ତନ ବାଦ୍ୟ ସହ “ହରେ କୃଷ୍ଣ ହରେ ରାମ” ନାମ ନେଇ ଗ୍ରାମର ଶତାଧିକ ମା’, ଭଉଣୀ ଉକ୍ତ କଳସ ଶୋଭାଯାତ୍ରାରେ ବାହାରି ଗାଁ ପୋଖରୀରୁ ପାଣି ଆଣି ପ୍ରହରୀ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ କୃଷ୍ଣ ମାଝୀ ଓ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ମାଝୀ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ପୂଜକ ଭାବରେ କୃପା ଦାସ ଉପସ୍ଥିତ ରହିଛନ୍ତି । ଗୁରୁବାର ଅପରାହ୍ନ ୩.୩୦ମି.ରେ କଳସ ଯାତ୍ରା ଓ ଅଧିବାସ ଥିବା ବେଳେ ତା.୧.୫.୨୬ରିଖ ଶୁକ୍ରବାର ୬.୩୦ ମି.ରୁ ଡ଼ଙ୍ଗାବାଞ୍ଜି ଗ୍ରାମର ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହୋଇ ତା.୩.୫.୨୬ରିଖ (ରବିବାର) ସକାଳ ୬. ୩୦ମି.ପୂର୍ଣ୍ଣାହୁତି ତଥା ନଗର ପରିକ୍ରମା ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏହି ଷୋହଳ ପ୍ରହର ନାମଯଜ୍ଞରେ ନଅଟି ସଂକୀର୍ତ୍ତନ ମଣ୍ଡଳୀ ଦଳ ଅଂଶ ଗ୍ରହଣ କରିଥିବା ଜଣାଯାଇଛି । ଆୟୋଜକ କମିଟିରେ ବୁଦ୍ଧଦେବ ଧରୁଆ, ଲବ ମାଝୀ, ସଦାନନ୍ଦ ଧରୁଆ, ଭଗବାନ ଧରୁଆ, ଜୟଧର ଧରୁଆ, ରାମ ମାଝୀ, ଦାମୋଦର ଧରୁଆ, ହରି ଧରୁଆ, ଧନୁ ଧରୁଆ, ମୁସରୁ ଧରୁଆ, ବେଳଧର ଧରୁଆ, ଅଭି ଧରୁଆ, ପିତାମ୍ବର ଧରୁଆ, ଠାକୁର ଧରୁଆ, ସାନଗହନ୍ତିଆଁ ମାଝୀ, କ୍ଷୀରଧର ଧରୁଆ, ଯୁବର ମାଝୀ, ଅରୁଣ ଧରୁଆ, ହେମନ୍ତ ଧରୁଆ, ବିକ୍ରମ, ଉତ୍ତମ, ଚନ୍ଦ୍ର, ବିଜେ ମାଝୀ, ଭକ୍ତି ଭୋଇ, କୁମର ଧରୁଆ, ଶୀତ ଧରୁଆ, ଦୀନବନ୍ଧୁ ଧରୁଆ, ବେଣୁଧର ମାଝୀ, ଭୁବନେ ବାଗ, ମହେଶ୍ୱର ମାଝୀ, ଲକପତି ମହାକୁର କାନ୍ତ ଧରୁଆ, କେଶବ ଧରୁଆ, ଚଉବନ ଧରୁଆ, ଚେରୁ ମାଝୀ, କେଶରୀ ଧରୁଆ, ଯୁଜେଷ୍ଟି ସମରଥ, ଅନଙ୍ଗ ସମରଥ, ଗୁପ୍ତେଶ୍ୱର ଧରୁଆ ଓ ଠଣ ସୁନ୍ଦର ମାଝୀ ତଥା ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଏହି ଷୋହଳ ପ୍ରହର ନାମଯଜ୍ଞରେ ସହଯୋଗ କରୁଛନ୍ତି ।