ମଣିପୁରରେ ଚାଲିଥିବା ହିଂସା, ଲୁଟ ଓ ହତ୍ୟାକୁ ତୁରନ୍ତ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ସ୍ମାରକ ପତ୍ର ପ୍ରଦାନ

ବଣାଇ, (ନାରାୟଣ/ହବିବ) : ଆଜି ବଣାଇ ଉପଖଣ୍ଡସ୍ତରୀୟ ଖ୍ରୀଷ୍ଟ ସମାଜ ଏବଂ ଆଦିବାସୀ ଏକତା ମଞ୍ଚ ତରଫରୁ ଉପଜିଲ୍ଲାପାଳ ବଣାଇଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମହିଳା କମିଶନ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଣିପୁରରେ ଚାଲିଥିବା ହିଂସା, ଲୁଟ ଓ ହତ୍ୟାକୁ ତୁରନ୍ତ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଯେ, ବଣାଇର ଚର୍ଚ୍ଚ ଛକରୁ ଏକ ବିରାଟ ରାଲି ବାହାରିଥିଲା । ଏଥିରେ ଶହସ୍ରାଧିକ ମହିଳା ପୁରୁଷ ଶୃଙ୍ଖଳିତ ହୋଇ ବଣାଇ ଉପଜିଲ୍ଲାପାଳଙ୍କୁ ମଣିପୁର ହିଂସା ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ରାଲିକୁ କମଲ ଲାକ୍ରା, ଫାଦର ହାବିଲ ଖାକାଙ୍କ ନେତୃତ୍ୱରେ ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.