କନସିଂହାଠାରେ ସପ୍ତମ ଶୀତଳ ଷଷ୍ଠୀ ଶିବ ବିବାହ ଅନୁଷ୍ଠିତ

pd

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ କନସିଂହା ଗ୍ରାମ ସ୍ଥିତ ବାବା ଚନ୍ଦ୍ରଶେଖର ପୀଠରେ ମହାନ୍ ପୌରାଣିକ କଥାବସ୍ଥୁ ଉପରେ ଆଧାରିତ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହୋତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଛି । ଚଳିତ ବର୍ଷ ଏହା ସପ୍ତମ ଶୀତଳ ଷଷ୍ଠୀ ଉତ୍ସବ ରୂପେ ପାଳିତ ହୋଇଛି । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ପୂଜା ଉପରେ ବାଧା ଉପୁଜିଥିବା ବେଳେ ଚଳିତ ବର୍ଷ ଖରାର ପ୍ରକୋପ ଯୋଗୁଁ ଯାତ୍ରାକୁ ସ୍ତଗିତ ରଖି କେବଳ ନିରାଡମ୍ବର ଭାବେ ନୀତିକାନ୍ତି ଅନୁସାରେ କେବଳ ପୂଜାର୍ଚ୍ଚନା ହୋଇଥିଲା । ଚଳିତ ବର୍ଷ ବରପିତା ମାତା ରୂପେ ଡ଼ା. ସୁଶିଲ କୁମାର ଶର୍ମା ଓ ରାଜଲକ୍ଷ୍ମୀ ମିଶ୍ର ସୌଭାଗ୍ୟ ଅର୍ଜ୍ଜନ କରିଥିବା ବେଳେ କନ୍ୟା ପିତା ମାତା ରୂପେ ଡିଲେଶ୍ୱର୍ ଧରୁଆ ଓ ବିଜୁଳୀ ସିଦ୍ଦାର୍ ସୌଭାଗ୍ୟ ଅର୍ଜନ କରିଥିଲେ । ପଣ୍ଡିତ ଦାୟିତ୍ଵ ରାଧେଶ୍ୟାମ ଶତପଥୀ ଓ ହରିବୋଲ ମିଶ୍ର ତୁଲାଇଥିଲେ । ଏହି ବିବାହ ଉତ୍ସବରେ ମନ୍ଦିର ପୂଜକ ଗୌରହରି ସିଂ ବରିହା ଉପସ୍ଥିତ ରହି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ମନ୍ଦିର କମିଟିର ସଭାପତି ସଦାନନ୍ଦ ବଢେଇ, ସମ୍ପାଦକ ପ୍ରେମାନନ୍ଦ ଦାସ, ରତ୍ନାକର ଶତପଥୀ, ହେମସାଗର ସାହୁ, ଟିକେଲାଲ୍ ସାହୁ, ଅସିତ୍ ଶତପଥି, ରତ୍ନାକର ପ୍ରଧାନ, ନରୋତ୍ତମ ସାହୁ, ପ୍ରଦୀପ ବାରିକ୍ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ସମସ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା ।

pp
Leave A Reply

Your email address will not be published.