ଲୋକପ୍ରିୟ ଶିଶୁ ପତ୍ରିକା ଶିଶୁଲେଖାକୁ ରାଜ୍ୟର ସବୁ ବିଦ୍ୟାଳୟରେ ପହଞ୍ଚାଇବାକୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପଦକ୍ଷେପ

  • ପ୍ରଥମ ପର୍ଯ୍ୟାୟରେ କେରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୪୨ଟି ବ୍ଳକକୁ ଶିଶୁଲେଖା ପ୍ରେରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲୋକପ୍ରିୟ ଶିଶୁ ପତିକ୍ରା ଶିଶୁଲେଖାକୁ ସବୁ ବିଦ୍ୟାଳୟରେ ଚାତ୍ରଛାତ୍ରୀଙ୍କ ନିକଟରେ ପହଁଞ୍ଚାଇବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଥିବା ବେଳେ ଗତକାଲି ଓଡିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଅନୁପମ ଶାହାଙ୍କ ଦ୍ୱାରା ଶିଶୁଲେଖା ପତ୍ରିକାକୁ ଓଡିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓସେପାର ଉପନିର୍ଦ୍ଦେଶିକା ଆରତୀ ରାଉତ, ଓଡିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଉପସ୍ଥିତ ଥିଲେ । ଲୋକପ୍ରିୟ ଶିଶୁ ପତ୍ରିକା ଶିଶୁଲେଖାକୁ ଓଡିଶାର ୫୦ ହଜାର ବିଦ୍ୟାଳୟକୁ ବଣ୍ଟନ କରିବା କାର୍ଯ୍ୟକ୍ରମ ରଖାଯାଇଛି । ଓଡିଶାର ୩୧୪ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ସେମାନଙ୍କ ଅଧୀନରେ ଥିବା ବିଦ୍ୟାଳୟ ସମୂହ ପାଇଁ ଶିଶୁଲେଖା ପ୍ରେରଣ ହେବାର ବନ୍ଦୋବସ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୪୧ଟି ବ୍ଲକକୁ ଶିଶୁଲେଖା ଗତକାଲି ପ୍ରେରଣ କରାଯାଇଛି । ପ୍ରତି ବିଦ୍ୟାଳୟରେ ଶିଶୁଲେଖାର ବିଷୟଗୁଡିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପଠନ କରାଯାଇ ଆଲୋଚନା କରାଯିବ । ଏ ସମ୍ପର୍କରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧୀକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶିଶୁଲେଖା ପଠନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ, ସୃଚନଶୀଳତା ଏବଂ ଭାଷା ପ୍ରୀତି ପ୍ରକାଶ ପାଇବ ବୋଲି ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

fifteen − eight =

error: Content is protected !!