ମାର୍ଚ୍ଚ ୧୦ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି । ଏନେଇ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷା ସକାଳ ୮ରେ ଆରମ୍ଭ ହୋଇ ୧୦ଟାରେ ସରିବା ନେଇ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ଭୋକେସନାଲ ଟ୍ରେଡ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କର ପରୀକ୍ଷା କରାଯିବ । ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଗଉଛ) ପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍‌ଆର୍‌(ଙଗଜ) ସିଟ୍‌ରେ ପୂରଣ କରାଯିବ । ତେବେ ଅବଶିଷ୍ଟ ୩୦ ନମ୍ବର ସବ୍‌ଜେକ୍‌ଟିଭ୍‌ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ । ଏଥିସହ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍‌ ମିଳିବ । ଅର୍ଥାତ୍‌ ଗଣିତ ପରୀକ୍ଷା ଅବଧି ୨ ଘଣ୍ଟା ୧୫ ମିନିଟ୍‌ ରହିବ ।

Leave A Reply

Your email address will not be published.

18 + 12 =