pakka

ସିରାବାହଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିରାବାଲ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ଦ୍ୱୟ ହେଲେ ହରେକୃଷ୍ଣ ନନ୍ଦ(୪୮) ଏବଂ ବନିତା ବାଗ(୪୨) ବୋଲି ଜଣାପଡିଛି । ସୂଚନା ଅନୁସାରେ ସ୍ୱାମୀ ହରେକୃଷ୍ଣ ଏବଂ ସ୍ତ୍ରୀ ବନିତା ନିକଟସ୍ଥ ଅଙ୍ଗେନୱାଡି କେନ୍ଦ୍ରକୁ ଯାଉଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସ୍ୱାମୀ ହରେକୃଷ୍ଣ ଏବଂ ସ୍ତ୍ରୀ ବନିତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲେନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.

16 − twelve =