
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ଯୁବ ରେଡକ୍ରସ ସୋସାଇଟି ଦ୍ୱାରା ଆୟୋଜିତ ଇଣ୍ଡିଆନ୍ ରେଡକ୍ରସ ସୋସାଇଟିର ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାର ୩୩ଟି ମହାବିଦ୍ୟାଳୟ, ବିଦ୍ୟାଳୟର ୧୨୫ ଜଣ ସ୍ୱେଚ୍ଛାସେବୀ, ୫୧ ଜଣ କାଉନସିଲର ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । କଲେଜର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ରେଡକ୍ରସ କାଉନସିଲର ରଶ୍ମିରଞ୍ଜନ ରାଉତ, ଜିଲ୍ଲା ରେଡ଼କ୍ରସ ସଂଯୋଜକ ସୁମନ୍ତ କୁମାର ଦ୍ୱିବେଦୀ, ଜିଲ୍ଲା ଆବାହକ ଅଜିତ କୁମାର ସାହୁ, ମନୋଜ କୁମାର ଦଳେଇ, କାଉନସିଲର ରଞ୍ଜିତ କୁମାର ପ୍ରଧାନ ତଥା କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଶ୍ରୀ ରାଉତ ପରିଚାଳନା କରିଥିଲେ । ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମରେ ୮ଟି ଟେକ୍ନିକାଲ ସେସନ୍ ଓ ୭ଟି ପ୍ରତିଯୋଗିତା ଯଥା ରଚନା, ବକ୍ତୃତା, ସାଧାରଣ ଜ୍ଞାନ, ସଂଗୀତ, ନୃତ୍ୟ, ମୋବାଇଲରେ ଓଡିଆ ଟାଇପ ଶିକ୍ଷା, ସାମାଜିକ ସଚେତନତା ଧର୍ମୀ ସାଂସ୍କୃତିକ ପ୍ରତିଯୋଗିତା କରାଯାଇଥିଲା । ଅଧ୍ୟକ୍ଷ ଡ. ଜେନା, ସଂଯୋଜକ ଶ୍ରୀ ଦ୍ୱିବେଦୀ, କାଉନସିଲର ଶ୍ରୀ ପ୍ରଧାନ, ଆବାହକ ଶ୍ରୀ ସାହୁ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସାମାଜିକ ସେବା ପ୍ରତି ଛାତ୍ରଛାତ୍ରୀଙ୍କ ସମର୍ପିତ ମନୋଭାବକୁ ପ୍ରଦର୍ଶିତ କରିଥାନ୍ତି ବୋଲି ମତ ରଖିଥିଲେ । ବନ୍ୟା, ବାତ୍ୟା, ଭସ୍ଖଳନ, ଭୂମିକମ୍ପ, ଦୁର୍ଘଟଣା ଭଳି ଜରୁରୀକାଳୀନ ବିପଦ ସମୟରେ ଏହି ସ୍ୱେଚ୍ଛାସେବୀଙ୍କ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଶିବିରରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲା କଲେଜ, ଦର୍ଲିପାଲୀର ଡିଏନ୍ଏଚ୍ଏସ୍, ରାଜଗାଙ୍ଗପୁରର ଡାଲମିଆ କଲେଜ, ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ, ବୀରମିତ୍ରପୁର ଶ୍ରମଶକ୍ତି କଲେଜ, ଯୋଗିମାଲର ଜେବିଏନଏମ୍ପି, ସୁନ୍ଦରଗଡ ସରକାରୀ ମହିଳା ବିଦ୍ୟାଳୟ, ବଡ଼ଗାଁ ଆଇଟିଆଇ, ସର୍ଗିପାଲୀ ଏସ୍ଆର୍ଡିଏମ୍ଏନ୍ ପଞ୍ଚାୟତ ହାଇସ୍କୁଲ, ସିହିଡିହା ଯଦୁପତି ଡିଗ୍ରୀ କଲେଜ, ହମିରପୁର କଲ୍ୟାଣୀ ରାୟ ହାଇସ୍କୁଲ, ଜଲଦା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ, ୟୁଜିଏମ ହାଇସ୍କୁଲ, ରାଉରକେଲା ଏସ୍ଜି ମହିଳା ମହାବିଦ୍ୟାଳୟ, କନିକା ସରକାରୀ ହାଇସ୍କୁଲ, କନକତୋରା ସରକାରୀ ହାଇସ୍କୁଲ, କାଦୋବାହାଲ ସରକାରୀ ହାଇସ୍କୁଲ, ଇସ୍ପାତ ବିଦ୍ୟାମନ୍ଦିର, ଡାମିଟ୍ସ, ଦୁଦୁଲର ଭେସେଜ ପଟେଲ, କିଞ୍ଜିରମାର ଆଇଏମପିଏସ, ଏକମାର ସରକାରୀ ହାଇସ୍କୁଲ, ଗାନ୍ଧୀ ମହାବିଦ୍ୟାଳୟ, ସୁନ୍ଦରଗଡ ଭିବିଏମଏସ ହାଇସ୍କୁଲ, ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟ, ସୁନ୍ଦରଗଡ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ମାଣିକେଶ୍ଵରୀ ହାଇସ୍କୁଲ, ହେମଗିର ଲୁହାବାହାଲର ସରକାରୀ ହାଇସ୍କୁଲ, ଯଶୋଦା ବିଷ୍ଣୁ ହାଇସ୍କୁଲ, ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ବେଦବ୍ୟାସ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ରେଡକ୍ରସ ସ୍ଵେଚ୍ଛାସେବୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଭାରତୀ ବରୁଆ, ବନ୍ଦନା ସୋରେନ, ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ଟଶାଣୀ, ତାରିଣୀ ନାୟକ, ରଚନା ମିଶ୍ର, ଅଙ୍କିତା ପାଇକରାୟ, ଜୀବନ ମହାନ୍ତି, ସନ୍ଧ୍ୟାରାଣୀ ସାହୁ, ଭିକି ନାଗ, ସୁପ୍ରିୟା ସାବତ, ପ୍ରିତିସ୍ମିତା ପଲେଇ, ପ୍ରଶାନ୍ତ ପ୍ରଧାନ, ବୀରବର ସୁବୁଦ୍ଧି, ସେବକ ସେନାପତି, ପ୍ରଶାନ୍ତ କୁମାର କର ପ୍ରମୁଖ ସହଯୋଗ କରିଥିଲେ ।