csstore

ସଇଁତଲାରେ ବ୍ଲକସ୍ତରୀୟ “ନିଷ୍ଠା” ତାଲିମ ଶିବିର ଉଦ୍‌ଯାପିତ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗଶର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ “ନିଷ୍ଠା” (ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ୨୦୨୪-୨୫) ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର ଗତ ଏପ୍ରିଲ ୨୮ରୁ ଆରମ୍ଭ ହୋଇ ୨ ତାରିଖ ତାଲିମ ଶେଷ ହୋଇଥିଲା । ଉକ୍ତ ଶିବିରକୁ ବିଆରଟି ଶୁଭ୍ରାଂଶୁ ଶେଖର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ଦିଲୀପ କୁମାର ଯୋଶୀ ଯୋଗଦାନ କରିଥିବା ବେଳେ ବିଆରସିସି ନାରାୟଣ ଭୋଇ ଯୋଗଦାନ କରି ଶିକ୍ଷାର ଆଭିମୁଖ୍ୟ ଉପରେ ଉପରେ ଆଲୋକପାତ କରିଥିଲେ । ଏହି ତାଲିମ ଶିବିରରେ ବ୍ଲକର ୧୭ ଗୋଟି ସାଧନ କେନ୍ଦ୍ରର ୧୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିବିରରେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ଉକ୍ତ ତାଲିମ ଶିବିରରେ ତାଲିମଦାତା ଭାବରେ ଅନନ୍ତ ବଗର୍ତି, କରୁଣାକର ସାହୁ, ସୁଦାମ ଚରଣ ସ୍ୱାଇଁ ଓ ବାଞ୍ଛାନିଧି ମିଶ୍ର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଉକ୍ତ ଶିବିରକୁ ବିଆରସିସି ନାରାୟଣ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ ଯୋଗଦାନ କରି ଉଦ୍‌ଘାଟନ କରିଥିଲେ । ଏଥିରେ ଅନନ୍ତ ବଗର୍ତି ଶିବିରକୁ ପରିଚାଳନା କରିଥିବାବେଳେ କରୁଣାକର ଧନ୍ୟବାଦ ପ୍ରଦାନ କରିଥିଲେ । ଏହାର ଚତୁର୍ଥ ଦିବସରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଷ୍ଠ ମୋଡୁଲ୍ ବଣ୍ଟନ କରାଯାଇଥିଲା । ଏହି ତାଲିମରେ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.