centurian jitm

ପାଇକମାଲ ହାଇସ୍କୁଲରେ ପ୍ରସ୍ତୁତି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚବିଦ୍ୟାଳୟରେ ପଞ୍ଚ ଦିବସୀୟ ପ୍ରସ୍ତୁତି ଶିବିର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ଯୋଗଦାନ କରି ପ୍ରାକ୍ ପ୍ରାଥମିକ ଶିକ୍ଷାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ପରିବେଶ ଘରପରି ଗଢି ମାତୃ ହୃଦୟ ସହ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରସନ୍ନ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ପାଇକମାଲ ବ୍ଲକର ୪୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାଧନକର୍ମୀ ପୁରୁଷୋତ୍ତମ ରାଉତ, ଲିଙ୍ଗେଶ୍ୱର୍ ମୁଟକିଆ, ବ୍ରଜକିଶୋର ଭିଲ ଓ ରଞ୍ଜନ କୁମାର ବାଗ ପ୍ରଶିକ୍ଷଣ ଦେଇଥିଲେ । ବସନ୍ତ ସାହୁଙ୍କୁ ମାନପତ୍ର ଓ ପଶିକ୍ଷାର୍ଥି ମାନଙ୍କୁ ପ୍ରମାଣ ପତ୍ର ଦେଇ ମୂଖ୍ୟ ଅତିଥି ସମ୍ମାନିତ କରିଥିଲେ । ବାସନ୍ତୀ ମେହେର ସ୍ୱାଗତ ସଂଗୀତ ଓ ସନ୍ଧ୍ୟାରାଣୀ ବାଗ ନୃତ୍ୟ ପରିବେଷଣ କରିଥିଲେ । ରଜତ ସାହୁ, ଲଳିତ ବିଶ୍ୱାଳ ପଦ୍ମନ ଲାଈ, ଚୂଡ଼ାମଣି ହଂସ, ସଙ୍କୀର୍ତ୍ତନ ଛତର, ଗୋପାଳ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.