csstore

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୁକ୍ତିକରଣ ଶିବିର ତା ୧୮.୦୨.୨୦୨୫ରିଖରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରେଭିନ୍ୟୁ. ଆଇ.ବି, ବ୍ରହ୍ମପୁର ସମ୍ମିଳନୀ କକ୍ଷରେ ଆୟୋଜିତ ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ସାଇବର କ୍ରାଇମର ଅଧିକାରୀ ଶ୍ରୀମତୀ ଏ. ଏସ୍. ପାତ୍ର, ଗଙ୍ଗାଧର ପ୍ରଧାନ, କୈଳାଶ ଚନ୍ଦ୍ର ପ୍ରଧାନ, ଅଜିତ୍ ଗୌଡ଼, ଏନ୍‌.ଭଗବାନ ଏବଂ ଇଞ୍ଜିନିୟରିଂ ସ୍କୁଲ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ପ୍ରତିଭା ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା, ସୁରକ୍ଷିତ ସଞ୍ଚୟ, ସାଇବର ଠକାମୀ ଠାରୁ କେମିତି ସତର୍କ ରହିବା ସେହି ବିଷୟରେ ଜନସାଧାରଣ ମାନଙ୍କୁ ସଚେତନତା କରିବା ପାଇଁ ଡାକ ବିଭାଗର କର୍ମଚାରୀ ଓ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ବୀମା, ଓଡିଶା ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଉଠାଣ ସମ୍ବନ୍ଧରେ ଆଲୋଚନା କରଯାଇଥିଲା । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ସ୍ଵାଭିମାନ ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଡାକ ବିଭାଗର ପ୍ରତିନିଧି ଓ ସ୍ଥାନୀୟ ଲୋକମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.