pr

ବନ ଧନ ପ୍ରଶିକ୍ଷଣ ଶିବିର

dr. purohit

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଉର୍ଲାଦାନୀ ଓ ନାଗଝରି ଗ୍ରାମଠାରେ ବନ ଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା ଲୋଚନ ଧରୁଆ ଓ ବନ ଧନ ଯୋଜନାର ପ୍ରଶିକ୍ଷକ ରଞ୍ଜନ ମହାରଣା ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ବନ ଧନ ମାଧ୍ୟମରେ ଏହି ଅଞ୍ଚଳର ବ୍ୟକ୍ତିମାନେ ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ସୁଯୋଗ ରହିଥିବା ଅତିଥିମାନେ କହିଥିବା ବେଳେ ନିକଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଆଦିବାସୀ ମେଳାରେ ବନ ଧନ କମିଟି ତରଫରୁ ମାଣ୍ଡିଆ, ହରଡ଼ା ବିକ୍ରୀ କରି ପାଞ୍ଚ ଲକ୍ଷ ଟଙ୍କା ବିକ୍ରୟ କରି ପାରିଥିଲେ । ସେହିପରି ଟିଡିସିସି ମାଧ୍ୟମରେ ବିଭିନ୍ନ କମିଟି ପକ୍ଷରୁ ପ୍ରାୟ ଚାଳିଶ ଲକ୍ଷରୁ ଅଧିକ ଟଙ୍କା ବିକ୍ରୟ କରିଥିଲେ । ଶେଷରେ ଜୈଲାଇଟାମୁ ମହିଳା ମହାସଂଘର ସଭାପତି ସାରଦା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.