ବଲାଙ୍ଗିରରେ ଆତ୍ମରକ୍ଷା ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଆସିଡିଏସ୍‌ ମିଟିଂ ହଲଠାରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବ୍ଲକର ୫୫ ଜଣ କିଶୋରୀ ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା । କାର୍ଯ୍ୟକ୍ରମକୁ ସିଡିପିଓ ସୁଭାସିନି ଦାଶ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣ ପଦକ ବିଜେତା କରାଟେ କୋଚ ତଥା ରାଜ୍ୟ ସରକାରଙ୍କ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଅସୀମ କୁମାର ଭୋଇ ଓ ଅନୁଶ୍ରୀ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.

two + 14 =