ଶଙ୍ଖଭବନରେ ପହଞ୍ଚିଲା ରାଜଜେମାଙ୍କ ମରଶରୀର : ରାଜ୍ୟବ୍ୟାପୀ ଶୋକ ଓ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଚେନ୍ନାଇର ଘରୋଇ ହସ୍ପିଟାଲରୁ ରାଣୀ ସୁଜ୍ଞାନୀ ଦେଓଙ୍କ ମରଶରୀରକୁ ଅଣାଯାଇଥିବା ନେଇ ଖବର ମିଳିଛି । ବିମାନ ବନ୍ଦରରେ ତାଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପ-ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପରେ ଶଙ୍ଖଭବନରେ ପହଞ୍ଚିଥିଲା ରାଜଜେମାଙ୍କ ମରଶରୀର । ସେଠାରୁ ରାଜ୍ୟ ମନ୍ତ୍ରୀ ପରିଷଦ, ବିଧାନସଭାର ସମସ୍ତ ସଦସ୍ୟ ବୃନ୍ଦ ତାଙ୍କୁ ବିଧାନ ସଭା ପରିସରରେ ଭକ୍ତିପୂତ ଭାବେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ରବିବାର ଅପରାହ୍ନରେ ଖଲ୍ଲିକୋଟ ରାଜ-ଶ୍ମଷାନରେ ରାଜଜେମ୍ମାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତେଷ୍ଟି-କ୍ରିୟା ସମ୍ପନ୍ନ ହେବ ବୋଲି ଜଣାଯାଇଛି । ରାଜପରିବାରରେ ଏବେ ଶୂନ୍ୟତା ଦେଖାଦେଇଛି । ତାଙ୍କର କେହି ସନ୍ତାନ ନଥିବା ହେତୁ କୌଣସି ବ୍ରାହ୍ମଣ ସେବାୟତଙ୍କ ଦ୍ୱାରା ରାଜମାତାଙ୍କୁ ମୁଖାଗ୍ନି ଦିଆଯିବ ବୋଲି ବିଚାର କରାଯାଉଥିବା ଏବଂ କେତେକ ପଣ୍ଡିତ ବିଶେଷଜ୍ଞଙ୍କ ଠାରୁ କୁହାଯାଇଛି ।

Leave A Reply

Your email address will not be published.

16 − eleven =