pakka

ଧର୍ମପରାୟଣା ମହିଳାଙ୍କ ଦେହାନ୍ତ : ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞଳି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଗ୍ରାମର ଜନୈକ ଧର୍ମପରାୟଣା ମହିଳା ତଥା ରାଜ କୁମାର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ କିଶୋର ପ୍ରଧାନଙ୍କ ମେଲଛାମୁଣ୍ତା ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ସ୍ୱର୍ଗତା ପ୍ରଧାନଙ୍କ ୬୪ ବର୍ଷ ବୟସ ହେଉଥିବା ବେଳେ ଦେହ ଅସୁସ୍ଥ ଲାଗୁଛି ବୋଲି ପରିବାର ଲୋକଙ୍କୁ କହିବାର କିଛି ସମୟ ମଧ୍ୟରେ ତାଙ୍କ ଜୀବନ ଚାଳି ଯାଇଥିଲା । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାକ୍ଷଣି ମେଲଛାମୁଣ୍ତା ଗ୍ରାମ ଓ ଆଖପାଖ ଗ୍ରାମରେ ଶୋକର ଲହରୀ ଖେଳି ଯାଇଥିଲା । ତାଙ୍କର ୩ ପୁଅ ମଧ୍ୟ ବଡପୁଅ ଅଜିତ ପ୍ରଧାନ ଶବ ସତ୍କାର ବେଳେ ମୁଖାଗ୍ନି ଦେଇଥିଲେ । ତାଙ୍କର ଦେହାନ୍ତ ଖବର ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ତାଙ୍କ ମେଲଛାମୁଣ୍ତା ବାସଭବନ ଯାଇ ଶୋକ ସନ୍ତପ୍ତ ପରିବାର ସାନ୍ତ୍ୱନା ଦେଇଥିଲେ ।

jay balangir
Leave A Reply

Your email address will not be published.

8 + 6 =

error: Content is protected !!