pakka

ବିଲେଇସର୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera
  • ଶିକ୍ଷା ଅର୍ଜନ ନିମିତ୍ତ ଶୃଙ୍ଖଳା ନିହାତି ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରିଆ ଯୋଗଦେଇ ଶିକ୍ଷା ଅର୍ଜନ ନିମିତ୍ତ ଶୃଙ୍ଖଳା ନିହାତି ଆବଶ୍ୟକ । ଛାତ୍ର ଜୀବନରେ କୃତୀତ୍ୱ ଅର୍ଜନ କରିବାକୁ ହେଲେ ଶୃଙ୍ଖଳା ଜ୍ଞାନ ନିହାତି ଜରୁରୀ ବୋଲି କହିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ସତ୍ୟ ନାରାୟଣ ସାହୁ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିଥିଲେ । ଏସ୍‌ଏମ୍‌ସି ସଭାପତି ମଧୁ ପଧାନ, ସଭ୍ୟ ବିଭୁତି ଭୂଷଣ ପଧାନ, ସହଦେବ ବିଶି, ସଭ୍ୟା ଝରଣା ପାଣିଗ୍ରାହୀ, ଦୀପାଞ୍ଜଳି ଭୋଇ, ଶୋଭାଗିନୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀ ସିମରନ ବାଗ, ଦୀପିକା ଦଳେଇ, ନମ୍ରତା କଅଁର, ରାଜନନ୍ଦିନୀ କୁଶଲ ପ୍ରମୁଖ ଗାନ କରିଥିବା ବେଳେ ଶିକ୍ଷୟିତ୍ରୀ ସୁଷମା ମେହେର ନିର୍ଦ୍ଦେଶନା ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ କୁଇଜ୍‌, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ ମିଶ୍ର, ତପନ ବୁଡେକ, ମୁରାରୀ ମୋହନ ପରଡିଆ, ପ୍ରମୋଦ ବିଶ୍ୱାଲ, ସୁଦାମ କୁମ୍ଭାର, ରାଜକୁମାର ପଧାନ, ଅଶ୍ୱିନୀ ମହାଲିଙ୍ଗ, ପଙ୍କଜ ମେହେର, ଶିକ୍ଷୟିତ୍ରୀ ନିରୋତ୍ତମା ବିଶ୍ୱାଳ, ରଶ୍ମୀତା ବିଶ୍ୱାଳ, ରଶ୍ମୀତା ନନ୍ଦ, ପ୍ରମିତା ବିନ୍ଧାଣୀ, ଶିକ୍ଷା କର୍ମଚାରୀ ଅମୂଲ୍ୟ ଦୋରା, ଜଗନ୍ନାଥ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ପବିତ୍ର ଭାଟି କରିଥିବା ବେଳେ ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ସୁବାସିନୀ ସେଠୀ ।

jay balangir
Leave A Reply

Your email address will not be published.

16 − 8 =

error: Content is protected !!