csstore

ସ୍ଵର୍ଗତ ସାଇଧର ପାଣ୍ଡେଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ସରଗୁଲ ଗ୍ରାମର ନିବାସ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସକ୍ରିୟ ସଭ୍ୟ ସ୍ଵର୍ଗତ ସାଇଧର ପାଣ୍ଡେଙ୍କ ଏକାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ପାଦକ କୋକିଳ ସାହୁ, କନ୍ଦାଡଙ୍ଗର ସରପଞ୍ଚ ସୁନୀଳ ରାୟ, ଖଟିଖିଆ ସଂଘର ସଭାପତି ଭୋଜରାଜ ବାଗ, ସୁରେଶ ପଣ୍ଡା, ଯାଦବ ସମାଜ ସଭାପତି କେଶବ ଜାଳ, ପାଇକମାଲ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ମାନଭଞ୍ଜନ ମିର୍ଦ୍ଧା, ଡା ମୋହନ ନାଏକ, ହରିହର ସାହୁ, ଛୋଟ ଅଖିନ ସରପଞ୍ଚ ଚିନ୍ତାମଣି ରାଉତଙ୍କ ସମେତ ପଦ୍ମପୁର, ପାଇକମାଲ, ଝାରବନ୍ଧ ଆଦି ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ଵର୍ଗତ ପାଣ୍ଡେଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଜଣେ ନିଷ୍ଠାପର ସଦସ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ ବୋଲି ତାଙ୍କ ସ୍ମୃତିଚାରଣ କରିଥିଲେ ।

jayashree
Leave A Reply

Your email address will not be published.