csstore

ମଦନପୁର ଏସ.ଏସ.ଡି. ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ‘ସର୍ଗିଫୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଏସ.ଏସ.ଡି. ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ କ୍ଲଷ୍ଟରସ୍ତରୀୟ ‘ସର୍ଗିଫୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କେତକୀ ଦଣ୍ଡିଆ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ପଦ୍ମିନୀ ଭୋଇ, ବ୍ଲକସ୍ତରୀୟ ‘ସର୍ଗିଫୁଲ’ ପରିଚାଳକ ତଥା ବ୍ଲକ ମଙ୍ଗଳ ଅଧିକାରୀ ଶ୍ୟାମସୁନ୍ଦର ନାୟକ, ମୁଖ୍ୟ ବକ୍ତା ରୂପେ ବାଲିଭଟା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜିତ କୁମାର ଭୋଇ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଜୀବନ ଉଜ୍ୱଳ କାମନା କରିବା ସହ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇଥିବା ବେଳେ ଶିକ୍ଷକ ରମା ପ୍ରସାଦ ଶତପଥୀ ଓ ଅରୁଣ ଭୋଇଙ୍କ ତତ୍ୱାବଧାନରେ ହୋଇଥିବା ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଲୋଚନ ରଣା, ଲଳିତ ମୋହନ ମାଝୀ, ପ୍ରିୟଙ୍କା ଭୋଇ, ଅରୁଣାବାଲା ସ୍ୱାଇଁ, ଅନୁରାଧା ପାଣେ, ସୁଶ୍ରୀତା ପଟେଲ, ବୈଚନ୍ଦ୍ର ମାଝୀ, ପ୍ରଶାନ୍ତ ସାହୁ, ପ୍ରତୁସ ଭୋଇ, ଭଗବାନ ଧାରୁଆ, ହିଡାମ୍ବି ନାୟକ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ମିନିକେତନ ସୁନା କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜଗମୋହନ ସାହୁ ଓ ଶଶୀକାନ୍ତ ମାଝୀ ପରିଚାଳନା କରିଥିଲେ । ଶେଷରେ ବୃନ୍ଦାବନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.