
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ସୁଶାନ୍ତ ସିଂଙ୍କ ବିୟୋଗରେ ଆଗଲପୁର ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ତଥା ଶୋକସଭା ରୁଗଡିଖାଲ ସ୍ଥିତ ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ବିଜେଡି ସଭାପତି ଉତ୍ତମ ଭୋଇଙ୍କ ସଭାପତିତ୍ୱରେ ତଥା ଲୋଇସିଂହା ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବ୍ଲକ ଅଧ୍ୟକ୍ଷ ଗୀତାଞ୍ଜଳି ଦାସ, ଉପାଧ୍ୟକ୍ଷା ନିରୁପମା ପଧାନ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବିଜୟ ଦାସ, ସମ୍ପାଦକ ଗୋବର୍ଦ୍ଧନ ସାହୁ, ପଞ୍ଚୁ ପଧାନ, ବରିଷ୍ଠ ନେତା ଆକାଶ ମିଶ୍ର, ଆଗଲପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ରତ୍ନାକର ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସିଂଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ବ୍ଲକର ସରପଞ୍ଚ ତଥା ସମିତି ସଭ୍ୟଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ପରିଶେଷରେ ବିଜେଡି ଯୁବ ସଭାପତି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।