jsm

ହରିଶଙ୍କର ଠାରେ ଶୀତଳ ଷଷ୍ଠୀ ପୂଜା ପାଇଁ କଳସ ଶୋଭାଯାତ୍ରା

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ଐତିହାସିକ ତୀର୍ଥ ପୀଠ ଠାରେ ସର୍ବ ଭାରତୀୟ ବିଂଝାଲ ସମାଜ ପକ୍ଷରୁ ଶୀତଳ ଷଷ୍ଠୀ ଓ ଶିବ ବିବାହ ପୂଜନୋତ୍ସବ ପାଇଁ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । । ଘଣ୍ଟ, ଶଂଖ ,ଦୁଲଦୁଲି ବାଜା ସହ ଏକ ଶୋଭାଯାତ୍ରାରେ ବାହାରି ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରୁ ପ୍ରବାହିତ ଚିରସ୍ରୋତା ପାପନାଶିନୀ ଝରଣା କୂଳ ଯାଇ ଗଙ୍ଗା ଦେବୀ ଓ ବରୁଣ ଦେବଙ୍କ ପୂଜାର୍ଚ୍ଚନା ସହ ଗଙ୍ଗା ନିମନ୍ତ୍ରଣ ପରେ କଳସରେ ପାଣି ଭର୍ତ୍ତି କରି ଶୋଭାଯାତ୍ରା ଆଣି ମାଁ ବିନ୍ଧ୍ୟବାସିନୀଙ୍କ ମନ୍ଦିର ଠାରୁ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଆଜି ଅପରାହ୍ନରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯିବା ସହ ସନ୍ଧ୍ୟାରେ ହରିଶଙ୍କର ମନ୍ଦିର ପକ୍ଷରୁ ଶଙ୍କର ବାବାଙ୍କ ବରାନୁଗମନ ଆସିବା ପରେ ରାତି ଘ ୯.୩୦ ମି ମଧ୍ୟରେ ମାଁ ବିନ୍ଧ୍ୟବାସିନୀଙ୍କ ସହିତ ବିବାହ ବନ୍ଦାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାଁ ବିନ୍ଧ୍ୟବାସିନୀଙ୍କ କନ୍ୟା ପିତା ମାତା ଭାବେରେ ସର୍ବ ଭାରତୀୟ ବିଂଝାଲ ସମାଜ ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା ଓ ତାଙ୍କ ଧର୍ମପତ୍ନୀ କଲାବତୀ ବରିହା କାର୍ଯ୍ୟ ନିର୍ବାହ କରିଛନ୍ତି । ଏଥିରେ ଖପ୍ରାଖୋଲ ବ୍ଲକ କମିଟି ଉପସଭାପତି କେଶବ ବରିହା, ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ବିରଞ୍ଚି ବରିହା, ଗୋପାଳ ବରିହା, ଟିକେଶ୍ଵର ବରିହା ବ୍ଲକ ଚପରାଶି ରତ୍ନାକର ବରିହା, ବିପିନ ବରିହା, ପବିତ୍ର ବରିହା, ଶରତ ବରିହା, ଲକ୍ଷ୍ମଣ ବରିହାଙ୍କ ସମେତ ଶତାଧିକ ମହିଳା ପୁରୁଷ ସାମିଲ ହୋଇଛନ୍ତି ।

yuvodaya
Leave A Reply

Your email address will not be published.