pr

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡ୍‌କ୍ରସ୍‌ ପ୍ରଶିକ୍ଷଣ ଶିବିର

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ୍‌କ୍ରସ୍‌ କାଉନ୍‌ସିଲର ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଲକର ସମୁଦାୟ ୩୬ ଜଣ କାଉନ୍‌ସିଲର ଏହି ଶିବିରରେ ପ୍ରଶିକ୍ଷଣ ଲାଭ କରିଥିଲେ । ମୁଖ୍ୟ ଅତିଥି ଭାବରେ ପାଇକମାଲର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ପତାକା ଉତ୍ତୋଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍‌ଘାଟନୀ ସଭାରେ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଶୁଭମ କୁମାର ପତି, ବାଳିକା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ପାଇକମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ, ଶେଷଦେବ ମେହେର ଓ ଚୋଳ ସୁନ୍ଦର ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ଜୁନିୟର ରେଡ୍‌କ୍ରସ୍‌ ଅଧିକାରୀ ହେମନ୍ତ କୁମାର ସାମାଲ ଓ ଶୁଭଶ୍ରୀ ଭୋଇ ସାଧନ କର୍ମୀ ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.