ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା : କବି ନିତ୍ୟାନନ୍ଦ ନାୟକ ପୁରସ୍କୃତ ହେବେ

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଥିବା ବେଳେ ଏଥର କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ସାରଳା ପୁରସ୍କାର ପାଇବେ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ। ତାଙ୍‌ଙ୍କୁ ପୁରସ୍କାର ରାଶି ୫ ଲକ୍ଷ ଟଙ୍କା ଦିଆଯିବା ସହିତ ମାନପତ୍ର ପ୍ରଦାନ କରାଯିବ। ଏଥିସହ ରାଜ୍ୟର ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ନିଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବାବକୁ ଘୋଷଣା କରାଯାଇଛି । ସଙ୍ଗୀତ କ୍ଷେତ୍ରରେ ରଞ୍ଜିତ କୁମାର ନାଗ ଏବଂ ଚିତ୍ରକଳା କ୍ଷେତ୍ରରେ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ପୁରସ୍କାର ସୂରୁପ ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରାଯିବ ।

Leave A Reply

Your email address will not be published.