ପୂର୍ବତନ ତୁରେକେଲା ସରପଂଚ ଦୟାନିଧି ମେହେରଙ୍କ ବିୟୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ତୁରେକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ଦୟାନିିଧି ମେହେରଙ୍କ ମଂଗଲବାର ଦିନ ତାଙ୍କ ଜନ୍ମ ମାଟି ଝରଣି ଗାଁରେ ବିୟୋଗ ହୋଇଛି । ତାଂକ ବିୟୋଗ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା । ସେ ୧୯୩୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ପୁରୁଖା ରାଜନୀତିକ ବ୍ୟକ୍ତି ହୋଇଥିବା ବେଳେ ଜଣେ ସମାଜସେବୀ ଏବଂ ପରୋପକାରୀ ହୋଇଥିବାରୁ ତାଙ୍କ ବିୟୋଗରେ ବ୍ଲକ ସାରା ଶୋକାକୁଳ ପରିବେଶ ସୃଷ୍ଟି ହେବାର ଦେଖାଦେଇଛି । ତାଙ୍କର ୪ ଗୋଟି ପୁଅ ଓ ୪ ଗୋଟି ଝିଅ ମଧ୍ୟରୁ ତାଙ୍କ ବଡ ପୁଅ ଦାମୋଦର ମେହେର, ଡମ୍ବରୁ ମେହେର, କୁମର ମେହେର ଓ ସାନ ପୁଅ ତଥା ଝରଣି ପଂଚାୟତର ପୂର୍ବତନ ସରପଂଚ ଅକ୍ଷୟ ମେହେର ମୃତ୍ୟୁ ବେଳେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.