ସେବା ସପ୍ତାହ ପାଳନ ଅବସରରେ କଂଟାବାଂଜି ଭାଜପା ଦ୍ୱାରା ସର୍ବସାଧାରଣ ସ୍ଥାନ ସାନିଟାଇଜ୍‌

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଭାଜପା ଦ୍ୱାରା ସହରରେ ଥିବା ସର୍ବ ସାଧାରଣ ସ୍ଥାନ ଆଜି ସାନିଟାଇଜ୍‌ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ପାଳିତ ହେଉଥିବା ସେବା ସପ୍ତାହ ପାଳନ ଅବସରରେ ସେବା ଦିବସ ପାଳନ ହୋଇଛି । ଏପରିକି କରୋନା ମହାମାରୀ ରୋଗର ସଂକ୍ରମଣକୁ ରୋକିବା ପାଇଁ ସର୍ବସାଧାରଣ ସ୍ଥାନ ତଥା ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ, ଏଟିଏମକୁ ସାନିଟାଇଜ୍‌ କରାଯାଇଛି ।

ସହରରେ ପୋଲିସ ଷ୍ଟେସନ, ପୋଲିସ ଏସ.ଡି.ପି.ଓ. କାର୍ଯ୍ୟାଳୟ, ଅଭ୍ୟର୍ଥନା କକ୍ଷ, ବିଡିସିସି ବ୍ୟାଙ୍କ, ଏସ.ବି.ଆଇ. ବଜାର ବ୍ରାଂଚ, ଏଚ.ଡି.ଏଫ.ସି. ତଥା ବରୋଦା ବ୍ୟାଙ୍କ ସହ ବିଭିନ୍ନ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଜଗନ୍ନାଥ ନାଗ, ବିଦେଶୀ ବେହେରା ସହ ନିହାର ରଂଜନ ସିଂ ସହଯୋଗ କରିଛନ୍ତି ।

Leave A Reply

Your email address will not be published.