ମିଳୁନି ଭତ୍ତା : ଦିଗହରା ସରକାରୀ ଯୋଜନା

ଗାଇସିଲେଟ, (ମୁକେଶ କୁମାର ସାହୁ‌) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚାଣ୍ଟିପାଲି ଗ୍ରାମପଞ୍ଚାୟତ ମଳମୁଣ୍ଡା ଗ୍ରାମର ଶଯ୍ୟାଶାୟୀ ମାଲତୀ ବାଗ(୬୭) ପରିଣତ ବୟସରେ ଉପନୀତ ହେଲେଣି । ବୟସର ଅପରାହ୍ନରେ ମଉଳି ଯାଇଛି ଶକ୍ତ ଶରୀର, କିଛି କାମ କରି ପାରୁନାହାନ୍ତି । ଭତ୍ତା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଆମ ପାଇଁ ଟିକେ ସହାୟତା ଦିଅ ବାବୁ କୋହଭରା କଣ୍ଠରେ କହନ୍ତି ମାଲତୀ । ଏପରି ଦୁଃଖିନୀକୁ ଦେଖିଲେ କେଉଁଠି ନା କେଉଁଠି ସରକାରୀ କର୍ମଚାରୀଙ୍କର ଖାମଖିଆଲି ମନୋଭାବ ପାଇଁ ଆମ ସରକାରୀ ଯୋଜନାଗୁଡିକ ଦିଗହାରା ହୋଇପଡିଥିବାର ଅନୁମାନ ହୁଏ । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ମାଲତୀଙ୍କୁ ଭତ୍ତା ପ୍ରଦାନ କରିବାକୁ ସମାଜସେବୀ ମୁକେଶ କୁମାର ସାହୁ ଦାବୀ କରିଛନ୍ତି ।

Leave A Reply

Your email address will not be published.