ଘର କାନ୍ଥ ଭୁଷୁଡିବାରୁ ବାସହରା ହେଲେ ପରିବାର : ସହାୟତା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ତ୍ତିଗଡ଼ ପଞ୍ଚାୟତର ମେରଡ଼ିକୁପା ଗାଁର ମିଚଲ ପାତ୍ର ଗତ ରବିବାର ଦିନ ନିଜ ଘରେ ଶୋଇଥିବା ସମୟରେ ରାତ୍ର ୧୧ ଘଣ୍ଟା ସମୟରେ ହଠାତ ବର୍ଷା ସହ ଭୀଷଣ ଝଡ ତୋଫାନ ହୋଇଥିଲା । ଯାହାଫଳରେ ମିଚଲ ଓ ତାଙ୍କ ପରିବାର ଶୋଇଥିବା ଦୁଇଟି କୋଠରୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶି ଯାଇଥିଲା । ଗୋଟିଏ କୋଠରୀରେ ୧୯ ଗୋଟି ଛେଳି ରହିଥିବା ବେଳେ ସେ ମଧ୍ୟରୁ ୯ ଗୋଟି ଛେଳି ଉପରେ କାନ୍ଥ ପଡି ମୃତ୍ୟୁ ଘଟିଥିଲା । ଅନ୍ୟ ଏକ କୋଠରୀରେ ମିଚଲ ପାତ୍ର, ତାଙ୍କ ସ୍ତ୍ରୀ, ବାପା ଭଗବାନ ପାତ୍ର, ପୁଅ କେଶବ ପାତ୍ର, ରବି ପାତ୍ର, ଭାଇ ବୁଟି ପାତ୍ର ଓ ତାଙ୍କ ପୁଅ ଛବି ପାତ୍ର ଶୋଇ ଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଏହି ଖବର ଜାଣି ଭୁର୍ତ୍ତିଗଡ଼ ସରପଞ୍ଚ ଘାସୀରାମ ପାତ୍ର ଗାଁ ଲୋକଙ୍କ ସହାୟତାରେ କାନ୍ଥ ତଳେ ଚାପି ହୋଇଥିବା ଛେଳିଙ୍କୁ ଉଦ୍ଧାର କରି ଥିଲେ ମଧ୍ୟ ୯ ଗୋଟି ଛେଳିଙ୍କ ମୃତ୍ୟୁ ଘଟିଥିଲା । ଏପଟେ ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ବର୍ତ୍ତମାନ ଏହି ପରିବାର ଘର ଖଣ୍ଡେ ନଥିବା ଯୋଗୁଁ ବହୁ କଷ୍ଟରେ ଦିନ କାଟୁଛନ୍ତି । ତେଣୁ ସରକାରଙ୍କ ସହାୟତା ସହିତ ଘର ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.