pr

ପାଇକମାଲରେ ସେବା ହିଁ ସଂଗଠନର ଚତୁର୍ଥ ଦିନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେବା ହିଁ ସଂଗଠନ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଟାଙ୍କ ପ୍ରେରଣାରେ ସାରା ଭାରତ ବର୍ଷର ବିଭିନ୍ନ ପିଏଚ୍‌ସି, ସିଏଚ୍‌ସି ମାନଙ୍କରେ ଭାଜପା କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ପିଏଚ୍‌ସିରେ ଆରମ୍ଭ ହୋଇ ଥିବା ସେବା ହିଁ ସଂଗଠନ କାର୍ଯ୍ୟକ୍ରମର ଆଜି ଚତୁର୍ଥ ଦିନ । ପଦ୍ମପୁର ପୂର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏବଂ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଦ୍ୱାରା ଲୋକାର୍ପଣ ଏହି କାର୍ଯ୍ୟକ୍ରମ କୋରନା ମହାମାରୀ ଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଖୁବ ସହାୟକ ହୋଇଛି । ଟୀକାକରଣ, ରୋଗ ନିରୂପଣ, ଔଷଧ ସେବନ ବିଧି, ସଂକ୍ରମଣ ରୋଗୀଙ୍କୁ ବାହାନ ସେବା ସହାୟତାରେ ସହଯୋଗ ମିଳିବ ପାରୁଛି । କାର୍ଯ୍ୟକର୍ତ୍ତାଙ୍କ ସେବା ମୂଳକ ମନୋଭାବକୁ ସାଧାରଣରେ ପ୍ରଶଂସା କରାଯାଇଛି । ଆଜି ଚତୁର୍ଥ ଦିନରେ ସଂଗଠନର ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ନେତୃତ୍ୱରେ, ଆଇନଜୀବୀ ରାଜ କୁମାର ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇ, ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ, ସତ୍ୟ ବେହେରା, ଦିବାକର ତାଣ୍ତି, ଅନୁର୍ଜ ହାତୀ, ରାଜେନ୍ଦ୍ର ସେଠ, ଏମଡି ରାଜା, ଡୋଲାମଣି ବଛା, କେଶବ ସାହୁ, ଧନଞ୍ଜୟ ପାଣ୍ଡେ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ପିଏଚ୍‌ସିକୁ ଆସୁଥିବା ସାଧାରଣ ଲୋକଙ୍କର ସମସ୍ୟାକୁ ବୁଝି ସମାଧାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ।

nrusinghnath
Leave A Reply

Your email address will not be published.