ସେବା ଚେରିଟେବୁଲ ଟ୍ରଷ୍ଟର ହସ୍ତକ୍ଷେପ ପରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ୭ ବର୍ଷର କିଡନୀ ରୋଗରେ ଆକ୍ରାନ୍ତ ରାଘବ ସୁନା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲାପଡା ବ୍ଳକ ଖଲିପଥର ପଞ୍ଚାୟତ ତେନ୍ତୁଳି ମୁଣ୍ଡା ଗ୍ରାମର ଈଶ୍ଵର ସୁନାଙ୍କ ପୁଅ ରାଘବ ସୁନା ବୟସ(୭) । ରାଘବ ଦୀର୍ଘ ୫ ବର୍ଷ ହେବ କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଈଶ୍ଵର ଜଣେ ଦିନ ମଜୁରୀଆ ହୋଇଥିବାରୁ ନିଜ ପୁଅଙ୍କ ଚିକିତ୍ସା ପାଇଁ ଜମିବାଡ଼ି ବିକିବା ସହ ଧାର କରଜ କରି ଚିକିତ୍ସା କରୁଥିଲେ ମଧ୍ୟ ରାଘବ ଭଲ ହୋଇନାହିଁ । ଏନେଇ ସେବା ଚେରିଟେବୁଲ୍ ଟ୍ରଷ୍ଟର ହସ୍ତକ୍ଷେପ ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗଙ୍କୁ ଜଣାଇଥିବା । ଆଜି ଖବର ପାଇଁ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ରାଘବଙ୍କୁ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ଆଣି ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ରାଘବଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଦିଆଯିବ ବୋଲି ସ୍ଵାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । ରାଘବଙ୍କ ଚିକିତ୍ସା ପାଇଁ ହସ୍ତକ୍ଷେପ କରିଥିବାରୁ ସ୍ବାସ୍ଥ୍ୟବିଭାଗ ପାଟଣାଗଡ଼ ଓ ବଲାଙ୍ଗିରଙ୍କ ଡାକ୍ତର ମନୋଜ କୁମାର ଆଚାର୍ୟ୍ୟଙ୍କୁ ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

18 − two =