କୋଭିଡ଼ ସଚେତନତା ରଥକୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଲଖମରା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗାଁ କଲ୍ୟାଣ ସମିତି ତରଫରୁ କୋଭିଡ଼ ସଚେତନତା ରଥକୁ ସ୍ଵାଗତ କରାଯାଇଅଛି । ଡା. ସୁଦୀପ୍ତ ସାହୁ, ସ୍ଵାସ୍ଥ୍ୟ କର୍ମୀ ସସ୍ମିତା ବେହେରା, ଶିକ୍ଷକ ମଣି ମହାନନ୍ଦ, ଅଙ୍ଗନୱାଡ଼ି କର୍ମୀ ସ୍ଵର୍ଣ୍ଣ ମଞ୍ଜୁରୀ ସେଠ୍, ସରୋଜିନୀ ଝଗରା, ଆଶା ବବିତା ସେଠ୍, ୱାର୍ଡ଼ ମେମ୍ବର ଭଗବାନ ସାହୁ, ପଲ୍ଲୀ କବି ଜୀବର୍ଦ୍ଧନ ମେହେର, ହେମନ୍ତ ଦାସ, ସୁରେନ୍ଦ୍ର ଜଗତ ଓ ଦିବ୍ୟ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଏହି ରଥ ପାଇକମାଲ ବ୍ଲକର ସମସ୍ତ ଗାଁ କଲ୍ୟାଣ ସମିତିକୁ ପରିଭ୍ରମଣ କରିଥିଲା । ମାଣ୍ଡୋସିଲ ଗ୍ରାମରୁ ଆରମ୍ଭ କରି ଲଖମରା ଗ୍ରାମରେ ଶେଷ ହୋଇଥିଲା । ଏହା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବୁକୁରାମୁଣ୍ଡା ତୁଷ କୁମାର ଚନ୍ଦ୍ରକାର ତଥା ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ, ପରିଦର୍ଶିକା, ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା, ଗାଁ କଲ୍ୟାଣ ସମିତି ସଭ୍ୟସଭ୍ୟା ତଥା ଉପାୟ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମିଳିତ ଉଦ୍ୟମରେ କୋଭିଡ଼ ସଚେତନତା ରଥ ସମସ୍ତ ଗାଁ କଲ୍ୟାଣ ସମିତିକୁ ପରିଭ୍ରମଣ କରିଥିଲା । ଉପାୟ ଅନୁଷ୍ଠାନ ତରଫରୁ କୋଭିଡ଼ ସଚେତନତା(ମାକ୍ସ, ସେନିଟାଇଜର, ସାମାଜିକ ଦୂରତା, କୋଭିଡ଼ ଟେଷ୍ଟ୍ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, କରୋନା, ମ୍ୟାଲେରିଆ, ଜ୍ଵର, କୁଷ୍ଠ ରୋଗ, ତରଳ ଝାଡା, ଯକ୍ଷ୍ମା ଓ ଅଣସଂକ୍ରାମକ ରୋଗ ଯଥା ହାଇ ବ୍ଲଡ୍ ପ୍ରେସର, ସୁଗର, ଓ କେନ୍‌ସର୍ ଉପରେ) ଡାକବାଜି ଯନ୍ତ୍ର ତଥା କରୋନା ସଚେତନତା ଗୀତ ମାଧ୍ୟମରେ ପ୍ରଚାର କାର୍ୟ୍ୟକ୍ରମ କରାଯାଇଥିଲା ତାସହିତ ଲିପ୍ ଲେଟ୍ ବଣ୍ଟନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ କହିଥିଲେ ଏହି ସଚେତନତା କାର୍ୟ୍ୟକ୍ରମ ତିନି ମାସିଆ ପ୍ରତ୍ୟେକ ମାସ ରଥ ବୁଲିବ ଓ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଲିପ୍ ଲେଟ୍ ବଣ୍ଟନ କରାଯିବ ।

Leave A Reply

Your email address will not be published.

seven + nine =