csstore

ବଲାଙ୍ଗିର ଜିଲ୍ଲାରେ ଖସୁଛି ସଂକ୍ରମଣ : ୩୧ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖସିବାକୁ ଲାଗିଛି ସଂକ୍ରମଣ । ଏହାକୁ ନେଇ ଲୋକେ ଆଶ୍ୱସ୍ତି ହେଉଥିବା ବେଳେ ତଥାପି ସଚେତନତାର ଆବଶ୍ୟକତା ରହିଛି ବୋଲି ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ପୌରାଞ୍ଚଳରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ୍‌ରୁ ୧, ବେଲପଡା ବ୍ଲକ୍‌ ରୁ ୩, ଦେଓଗାଁ ବ୍ଲକ୍‌ରୁ ୧, ଗୁଡଭେଲା ବ୍ଲକ୍‌ରୁ ୧, ଖପ୍ରାଖୋଲ ବ୍ଲକ୍‌ରୁ ୩, ଲୋଇସିଂହା ବ୍ଲକରୁ ୨, ମୁରିବାହାଲ ବ୍ଲକ୍‌ରୁ ୧, ପାଟଣାଗଡ ବ୍ଲକରୁ ୨, ପୁଇଁତଲା ବ୍ଲକ୍‌ରୁ ୪, ସଇଁତଲା ବ୍ଲକ୍‌ରୁ ୧, ଟିଟିଲାଗଡରୁ ୧ ଓ ତୁରେକେଲା ବ୍ଲକରୁ ୪ ଜଣ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.