ନବ ବିବାହିତାଙ୍କୁ ଗଣ ବଳାତ୍କାର

ଲାହୋର : ମେ ୨୬ ରେ ପୋଲିସ୍ ୟୁନିଫର୍ମରେ ଥିବା ଚାରିଜଣ ଡକାୟତ ବିବାହ ଉତ୍ସବ ପରେ ଲାହୋରଠାରୁ ୩୫ କିଲୋମିଟର ଦୂରରେ ଥିବା ମୁଲତାନ ଜିଲ୍ଲାର ଶୁଜାବାଦ ଗ୍ରାମରେ ଏକ ଘରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଥିଲେ । ପୋଲିସ କହିଛି ଯେ, ଡକାୟତମାନେ ନବ ବିବାହିତ ଦମ୍ପତିଙ୍କ କୋଠରୀରେ ପଶି ତାଙ୍କୁ ନିର୍ୟାତନା ଦେବା ପରେ ସ୍ୱାମୀଙ୍କ ଆଗରେ ନବ ବିବାହିତ ବଧୁଙ୍କୁ ବଳାତ୍କାର କରିଥିଲେ।

ସୂଚନା ଅନୁସାରେ ମହିଳାଙ୍କ ଡାକ୍ତରୀ ରିପୋର୍ଟ ବଳାତ୍କାରକୁ ନିଶ୍ଚିତ କରିଛି । ସୂଚନାଯୋଗ୍ୟ ଯେ, ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଉସମାନ ବାଜଦାର ଗ୍ରାମବାସୀ ତଥା ଗଣମାଧ୍ୟମର ଚାପ ପରେ ଏହି ବିଷୟରେ ଅବଗତ ହୋଇଥିଲେ । ଏହା ପରେ ପୋଲିସର ଉଚ୍ଚ ଅଧିକାରୀଙ୍କୁ ଶୀଘ୍ର ଦୋଷୀକୁ ଗିରଫ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଶୁକ୍ରବାର ଦିନ ପଂଜାବ ପୋଲିସ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଡକାୟତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ପଞ୍ଜାବ ପୋଲିସର ମୁଖପାତ୍ର କହିଛନ୍ତି ଯେ, ପୋଲିସ ସହ ଏନକାଉଣ୍ଟରରେ ଡକାୟତ ତଥା ବଳାତ୍କାରୀ ଆବିଦ୍ ହୁସେନ୍ ଓରଫ୍‌ ଆବିଦିଙ୍କୁ ହତ୍ୟା କରାଯାଇଛି । ବଳାତ୍କାର ଘଟଣାରେ ସମ୍ପୃକ୍ତ ଥିବା ଅବିଦିଙ୍କ ତିନି ସହଯୋଗୀଙ୍କୁ ମଧ୍ୟ ପୋଲିସ ଚିହ୍ନଟ କରିଛି ।

Leave A Reply

Your email address will not be published.

one × 3 =