csstore

ସ୍କୁଲ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ୨୦ ରୁ ୨୫ ପିଲା କୋଭିଡ୍‌ ନିୟମ ମାନି ବସିବେ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱମହାମାରୀ କରୋନା ଯୋଗୁ ରାଜ୍ୟରେ ଦୀର୍ଘ ୧୦ ମାସ କାଳ ପିଲାଙ୍କ ପାଠପଢା ଠପ୍‌ ହୋଇଯାଇଥିବା ବେଳେ ରାଜ୍ୟରେ ଖୁବ୍‌ ଶୀଘ୍ର ସ୍କୁଲ୍‌ଖୋଲିବା ନେଇ ରାଜ୍ୟସରକାର ପ୍ରସ୍ତୁତି ଚଳାଇଥିବା ବେଳେ ସ୍କୁଳ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ୨୦ ରୁ ୨୫ ପିଲା କୋଭିଡ୍‌ ନିୟମ ମାନି ବସି ପାଠ ପଢିବେ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସ ସୂଚନା ଦେଇଛନ୍ତି । ଆଉ ମଧ୍ୟ କହିଛନ୍ତି ଯେ, ଯଦି ଅଧିକ ପିଲା ପାଠପଢିବା ପାଇଁ ଆସନ୍ତି ତାହେଲେ ସ୍କୁଲରେ ଶ୍ରେଣୀ ଗୃହ ବୃଦ୍ଧି କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସାନିଟାଇଜେସନ୍‌ ଓ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଥମେ ଗୁରୁତ୍ୱ ଦିଆଯାଇଛି ଏବଂ ଏହାକୁ ନେଇ ଗତ ସୋମବାର ସ୍ୱତନ୍ତ୍ର ସଚିବ ଏବଂ ଡିଇଓ ମାନଙ୍କ ମଧ୍ୟରେ ବୈଠକ ସରିବା ସହ ଆଉ ମଧ୍ୟ ୧୫ ରୁ ୧୭ ଜିଲ୍ଲାପାଳ ଏବଂ ଡିଇଓ ଙ୍କ ମଧ୍ୟରେ ବୈଠକ କରାଯାଇଛି ଯେ ପ୍ରତି ଜିଲ୍ଲାରେ ଜିଲ୍ଲାର ପଦାଧିକାରୀ ଜିଲ୍ଲାପାଲ ଏବଂ ଡିଇଓଙ୍କ ସହିତ ସମନ୍ୱୟ ରକ୍ଷା କରି କାମ କରିବେ ଏବଂ ଯଦି କୈାଣସି ସ୍କୁଲ୍‌ରେ ଶିକ୍ଷକ ଆବଶ୍ୟକତା ଥିଲେ ତୁରନ୍ତ ପୂରଣ କରିବାକୁ ଡିଇଓ ମାନଙ୍କ ନିର୍ଦ୍ଦେଶ ଦିଆଯାଇଛି । ତେବେ ୧ମ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ହେବନାହିଁ । କେବଳ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ୧୦୦ ଦିନ ପାଇଁ ହେବ । ଯଦି ରବିବାର ଦିନ ପାଠପଢା ନହେଲେ ୧୦୦ ଦିନ ହେବନାହିଁ । ତେବେ ପାଠ୍ୟକ୍ରମ ସରିବା ପାଇଁ ଏହି ୧୦୦ ଦିନ କମ୍‌ ହୋଇଥିବାରୁ ପିଲାମାନେ ମଧ୍ୟ ଦୁଃଖିତ ଅଛନ୍ତି । ପିଲାଙ୍କ ସିଲାବସ୍‌ ୩୦ ପ୍ରତିଶତ କମ୍‌ କରିଦିଆଯାଇଛି । ବର୍ତ୍ତମାନ ପିଲାଙ୍କ କରୋନା ଟେଷ୍ଟ ହେବକି ନାହିଁ ସେ ଉପରେ ନିଷ୍ପତ୍ତି ନିଆଯାଇ ନାହିଁ । ଯଦି ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଲେ ସ୍କୁଲ୍‌କୁ ଆସୁଥିବା ସମସ୍ତ ପିଲାଙ୍କୁ କରୋନା ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ମତ ଦେଇଛନ୍ତି ।

jayashree
Leave A Reply

Your email address will not be published.