pakka

ଦୁଇ ବର୍ଷ ପରେ ଖୋଲିଲା ସ୍କୁଲ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

bbehera

ପାଟଣାଗଡ, (ଗୋରେଖ ନାଥ ବରିହା) : ଦୀର୍ଘ ଦୁଇବର୍ଷ ପରେ ଆଜି ସକାଳ ୧୦ଟାରେ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଯାଇଛି । ସ୍କୁଲ ଖୋଲି ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପାଟଣାଗଡ଼ ବ୍ଲକରେ ଥିବା ସମସ୍ତ ସ୍କୁଲ ଦିନ ସକାଳ ୧୦ଟାରୁ ଖୋଲିଯାଇଛି । ସ୍କୁଲରେ ଛାତ୍ରଛାତ୍ରୀ ମାନେ ପହଂଚିବା ପରେ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ୱାଗତ କରି ଭିତରୁକୁ ପାଛୋଟି ନେଇଥିଲେ । ସରକାରଙ୍କ ନିୟମ ମୁତାବକ ସକାଳ ୧୦ଟା ରୁ ୧ଟା ଯାଏ ପିଲାମାନେ ସ୍କୁଲରେ ରହିବେ । ଏହି ସମୟ ମଧ୍ୟରେ କୋଭିଡ ନିୟମ ପାଳନ ହେବ । ଛାତ୍ରଛାତ୍ରୀ ଦୀର୍ଘ ଦୁଇ ବର୍ଷ ହେବ ଘରେ ଥିବାରୁ ସେମାନେ କେତେ ପାଠ ଜାଣିଛନ୍ତି, କେଉଁଠି ଅଟକି ଯାଇଛନ୍ତି, ଏସବୁକୁ ନେଇ ସେମାନଙ୍କ ଶିକ୍ଷଣସ୍ତର ମପାଯିବ । ଏହାପରେ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଏକ ସଭା କରାଯାଇ ଶିକ୍ଷା ଦାନ କରାଯିବ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

10 − two =