pakka

ମାୟାବର୍ହା ହାଇସ୍କୁଲରେ ମୋ ସ୍କୁଲ ଉତ୍ସବ

bbehera

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ମୋ ସ୍କୁଲ ଅଭିଯାନ ସମ୍ପର୍କିତ ସ୍କୁଲ ସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅଭିଭାବକ ହିରାଲାଲ ସାହୁ, ଆଲୁମିନି ସ୍ନିଗ୍ଧା ପଧାନ ଓ କୁନି ଛାତ୍ରୀ ସିତୁ ସାହୁ ମଞ୍ଚାସୀନ ରହିଥିଲେ । ରାଜ୍ୟରେ ମୋ ସ୍କୁଲ ୭ମ ବର୍ଷରେ ପଦାର୍ପଣ କରିଛି ଏବଂ ରାଜ୍ୟରେ ପ୍ରାୟ ୮ ହଜାର ସ୍କୁଲ କ୍ରମରେ ରୂପାନ୍ତରୀକରଣ ହୋଇସାରିଛି । ମାୟାବର୍ହା ହାଇସ୍କୁଲ ରୂପାନ୍ତରିତ ହେବାରେ ଆଲୁମିନିଙ୍କ ଯୋଗଦାନ ଉତ୍କୃଷ୍ଟ ହୋଇଥିବା ଯୋଗୁଁ ରାଜ୍ୟ ସରକରଙ୍କଠାରୁ ଧନ୍ୟବାଦ ସମ୍ବଳିତ ସମ୍ମାନ ପତ୍ର ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଲୁମିନି ସଦସ୍ୟ ଭାଗବତିଆ ରଣା, ଗଜାନନ ପଧାନ, ରାଜ କୁମାର ଭୁଏ ବିଦ୍ୟାଳୟ ରୂପାନ୍ତରିତର ସଫଳତା ବିଷୟରେ ବକ୍ତବ୍ୟ ରଖିଥିଲେ । ଛାତ୍ର ପ୍ରିନ୍ସ ପ୍ରକାଶ ବାଗ, ଜନନିକା ନାଏକ, ଅର୍ଚ୍ଚିତା ପଧାନ, ଲିପ୍ସା ଯୁଆଡି ନିଜସ୍ଵ ଅନୁଭୂତି ବର୍ଣ୍ଣନା କରିଥିଲେ । ଶେଷରେ କିରଣ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

1 × five =