pakka

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୨୦.୦୫.୨୦୨୧ ଦିନ ହାତୀପଡାର ବିକ୍ରମ ଭ୍ୟାସ, ପି. ସ୍ୱର୍ଗତ କୃଷ୍ଣଚନ୍ଦ୍ର ଭ୍ୟାସ, ସକାଳ ଘ.୬.୩୦ ମି.ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ବିକ୍ରମ ଭ୍ୟାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ସାଙ୍ଘାତିକ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଦୁଇଦିନ ପରେ ମୃତ୍ୟୁବରଣ କରିଥିଲେ । ଉକ୍ତ ଘଟଣାକୁ ବିକ୍ରମ ଭ୍ୟାସଙ୍କ ଭାଇ ରାଜୁ ଭ୍ୟାସଙ୍କ ଲିଖିତ ଅଭିଯୋଗ କ୍ରମେ ଟାଉନଥାନା ପୋଲିସ କେସ ନଂ.୨୯୫୧/୨୦୧ ରୁଜୁ କରିଥିଲେ । ଉକ୍ତ ଘଟଣାରେ ମୁଦାଲା ପିଙ୍କୁ ଜାଲ, ପି. ସ୍ୱର୍ଗତ ବୁଧୁରାମ ଜାଲ, ନି. ହାତୀପଡା ଗିରଫ ହୋଇ ଦଫା ୩୦୨ରେ ବିଚାରଧିନ କଏଦୀ ଭାବରେ ବଲାଙ୍ଗିର ଜେଲରେ ଥିଲେ । ଆଜି ତା.୦୪.୦୩.୨୦୨୪ ଦିନ ମାନ୍ୟବର ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ମହୋଦୟ ସମସ୍ତ ଦଶଟି ସାକ୍ଷ୍ୟକୁ ବିଚାର କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ପିଙ୍କୁ ଜାଲଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛନ୍ତି । ମୁଦାଲାଙ୍କ ପକ୍ଷରୁ ଯୁବ ଆଇନଜୀବୀ ପ୍ରକାଶ ମିଶ୍ର ମୁକଦ୍ଦମା ପରିଚାଳନା କରୁଥିଲେ ।

jay balangir
Leave A Reply

Your email address will not be published.

sixteen − nine =