pakka

ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

bbehera
  • ପ୍ରୋତ୍ସାହନ ରାଶିକୁ ନିଜସ୍ୱ ପାଠପଢ଼ାରେ ଉପଯୋଗ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ନୂଆ ଓଡ଼ିଶା-ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ମନୋରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ଠଠ ଜଣ ପିଜି ଓ ୟୁଜି ଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ହିସାବରେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ଅନୁଦାନ ପତ୍ର ବିତରଣ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍‌ ମନୋରଂଜନ ସାହୁ ଯୋଗଦେଇ ମହିଳାମାନଙ୍କୁ ସଶକ୍ତିକରଣ କରାଯାଇ ପ୍ରୋତ୍ସାହନ ରାଶିର ସଦ୍‌ବିନିଯୋଗ କଲେ ଦେଶ ଓ ସମାଜ ସମୃଦ୍ଧ ପଥରେ ଅଗ୍ରସର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମହିଳା ମହାବିଦ୍ୟାଳୟର ନୋଡାଲ ଅଫିସର ଅଧ୍ୟାପକ ଡ. ସଦାଶିବ ମଲ୍ଲିକ ସଭାକୁ ସଂଯୋଜନା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ପାଇଁ ଏକ ୫ଜଣିଆ ପରିଚାଳନା କମିଟି ଗଠନ କରାଯାଇଥିଲା । ଯାହାର ସଦସ୍ୟ ଥିଲେ ଅଧ୍ୟାପକ ଶରଧର ମାଝୀ, ଅଧ୍ୟାପକ ଭୁବନେଶ୍ୱର ଛତ୍ରିଆ, ଅଧ୍ୟାପିକା ଡ. ସୁନୀତା ସାହୁ, ଅଧ୍ୟାପିକା ଶୀଖା ମେହେର ଓ ଅଧ୍ୟାପିକା ରାନ୍ଥୀ ତିର୍କୀ । ଶେଷରେ ଅଧ୍ୟାପକ ଅଜିତ କୁମାର ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଥବିର ସାହୁ, ଲିଲନ ପଟ୍ଟନାୟକ ଓ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × 2 =