jayashree

ଯୁବ ଶିକ୍ଷକ ସତ୍ୟପ୍ରିୟ ବିଶିଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଟଟୋପରା ଗ୍ରାମର ସ୍ୱର୍ଗତ ଘାସିରାମ ବିଶିଙ୍କ ଏକମାତ୍ର ପୁଅ ତଥା ଶିକ୍ଷକ ସତ୍ୟପ୍ରିୟ ବିଶିଙ୍କ (୩୬) ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ଟଟୋପରା ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ । ତାଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ରାୟପୁରର ଶ୍ରୀ ନାରାୟଣ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ମୃତ ସତ୍ୟପ୍ରିୟ ଗତ ୦୮/୧୨/୨୦୨୩ରେ ବିବାହ କରିଥିବା ତାଙ୍କ ନବବିବାହିତା ପତ୍ନୀ ଭୂମିସୁତା ବିଶି ଓ ମାଁ ଚମ୍ପାବତୀ ବିଶିଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ସେ ଅଞ୍ଚଳର ଜଣେ ଆଗ ଧାଡିର ସମାଜସେବୀ ଓ ନିଜ ଗାଁ ସ୍କୁଲରେ ଶିକ୍ଷକ ରୂପେ ୧୧/୦୪/୨୦୦୮ରେ ଯୋଗଦାନ କରିଥିଲେ । ଗୁରୁବାର ସକାଳୁ ଗାଁକୁ ମୃତଦେହ ଆସିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାିଥିଲା । ଗାଁ ଶ୍ମଶାନରେ ତାଙ୍କ ଶବ ସତ୍କାରରେ ତାଙ୍କ ପୁତୁରା ପୁଅ ସୁମନ ବିଶି ମୁଖାଗ୍ନି ଦେଇଥିଲେ । ଏହି ଖବର ପାଇ ସମଗ୍ର ଗାଁ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.