ls

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ରେଳ ଷ୍ଟେସନରୁ ଶୋଭାଯାତ୍ରା : ବାରାକ୍ସରେ ସାଧାରଣ ସଭା

2020

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ ଲାଗି ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କେନ୍ଦ୍ର କ୍ଷେତ୍ର ପ୍ରଚାର ସଂସ୍ଥା, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଏହାର ସଫଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶନିବାର ବ୍ରହ୍ମପୁରସ୍ଥିତ ମୋତି ହୋଟେଲ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ୩ୟ ପ୍ରସ୍ତୁତି ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମେ କାଯର୍‌ୟକ୍ରମର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଦୁଇଟି ବୈଠକର ବିବରଣୀ ପ୍ରଦାନ କରିବା ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଆସନ୍ତା ମାର୍ଚ୍ଚ ୩୦ ତାରିଖ ଅପରାହ୍ନ ୪ ଘଣ୍ଟ ସମୟରେ ବ୍ରହ୍ମପୁର ରେଲୱେ ଷ୍ଟେସନରୁ ସର୍ବଦଳୀୟ ଶୋଭାଯାତ୍ରା ବାହାରି ବିଜିପୁର, ଖଲିକୋଟ କଲେଜ, ମଧୁ ମନ୍ଦିର ଦେଇ ସହର ପରିକ୍ରମା କରିବା ପରେ ବାରାକ୍ସ ପଡ଼ିଆରେ ପହଞ୍ôଚବା ପରେ ସେଠାରେ ଏକ ସାଧାରଣ ସଭା ଆୟୋଜନର କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ଅବସରରେ ଗଞ୍ଜାମ ଜିଲାର ସମସ୍ତ ଲୋକନୃତ୍ୟ, ଯୋଡ଼ିଶଙ୍ଖ, ପାରମ୍ପରିକ ନୃତ୍ୟ ସଖୀନାଟ, ଘଣ୍ଟସ୍ଥଳ, ସ୍କେଟିଂ, ଟାଇକୋଣ୍ଡୋ ସହ ସାମନ୍ତରା ଏକାଡେ଼ମୀର ଦୁଇ ଶହ ଛାତ୍ର ଜାତୀୟ ପତାକା ପ୍ରଦର୍ଶନ କରିବେ । ଏଥିସହ ଏକ ପଚାର ଗାଡ଼ିରେ ଗାନ୍ଧୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ୱୟ ବୈଶିଷ୍ଟ୍ୟ ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସା, ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାର୍ଯ୍ୟବଳୀ ପ୍ରଦର୍ଶିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ମହିଳାମାନଙ୍କୁ ସାମିଲ କରି ହୁଳହୁଳି ସହିତ ଶଙ୍ଖ ଧ୍ୱନିରେ ଶୋଭାଯାତ୍ରାକୁ ସ୍ୱାଗତ କରାଯିବ ଏବଂ ସହରର ବିଭିନ୍ନ ପ୍ରବେଶ ପଥରେ ବ୍ୟାନର ପ୍ରଦର୍ଶିତ ହେବ । ପୂର୍ବାହ୍ନରେ ବ୍ରହ୍ମପୁର ସହରରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ସମେତ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯିବ ।

ଏହି ବୈଠକରେ ବରିଷ୍ଠ ଭେଷଜବିତ୍‌ ପି.ସି. ସାହୁ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ମେଜର ରମାରମଣ ପାଢ଼ୀଙ୍କ ସମେତ ଜାମୁଲା ଶଙ୍କର ନାରାୟଣ, କାମରାଜୁ ମହାରଣା, କ୍ଷେତ୍ର ପ୍ରଚାର ସଂସ୍ଥାର ଅଧିକାରୀ ମନମୋହନ ପାଢ଼ୀ, ଡ. ଡମ୍ବରୁଧର ସାହୁ, ସୂର୍ଯ୍ୟାଲୋକର ସମ୍ପାଦକ ମୀନକେତନ ଜେନା, ନାରୀ ନେତ୍ରୀ ସରିତା ପଣ୍ଡା, ସୁଶାନ୍ତ କୁମାର ସାବତ, ପୂର୍ବତନ ନଗରପାଳ ପି. ଭିମୁଡ଼ୁ, ଡା. ସାଗର ରଞ୍ଜନ ତ୍ରିପାଠୀ, ଲୋକସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଡା. ସୁବାସ ସାହୁ, ଆଡ଼ଭୋକେଟ ରାଧାଚରଣ ନାୟକ, କପିଳ ଚନ୍ଦ୍ର ମହାନ୍ତି, ଏନ. ଜଗଦୀଶ୍ୱର ରାଓ, ଡ. ବନମାଳୀ ପାଣିଗ୍ରାହୀ, ସତ୍ୟ ନାରାୟଣ ତ୍ରିପାଠୀ, ସିପିଆଇଏମ ସମ୍ପାଦକ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, ବିଜେଡି ନେତା ଟି.ଗୋପୀ, ସାମନ୍ତରା ଏକାଡେ଼ମୀର ମୁଖ୍ୟ ଦେବେଶ ସାମନ୍ତରାୟ, ଡ. ପ୍ରଫୁଲ ଚନ୍ଦ୍ର ମହାନ୍ତି, ଚନ୍ଦ୍ରମୋହନ ସାହୁ, ଆଡଭୋକେଟ ଶିବ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ମହାନ୍ତି, ଇଂ. ଲଡ଼ୁକିଶୋର ସାବତ, ପ୍ରଫେସର ରମେଶ ଚରଣ ତ୍ରିପାଠୀ, ମନୋଜ କୁମାର ସାମଲ, ମନୋଜ କୁମାର ପଟ୍ଟନାୟକ, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.