pakka

ତୋରା ଗ୍ରାମ ପଞ୍ଚାୟତ ବରଗଡ଼ ଜିଲ୍ଲାର ସର୍ବ ବୃହତ ପଞ୍ଚାୟତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତରେ ୧୩,୭୦୭ ଭୋଟର ଥିବାରୁ ଏହା ବୃହତ ପଞ୍ଚାୟତ ଭାବେ ପରିଗଣିତ ହୋଇଛି । ବରଗଡ଼ ସହର କୁ ଲାଗି ରହିଥିବା ଏହି ପଞ୍ଚାୟତ ପରିସୀମା ନାଗେନପାଲି, ନନ୍ଦଟିକ୍ରା, ସାହୁଟିକ୍ରା, ତୋରା ଗ୍ରାମ, ସୁଗାର ମିଲ, ପଧାନଟିକ୍ରା, ସୂତା ମିଲ,ଚମ୍ପାବତୀପୁର ରହିଛି । ଏହା ଆୟତନ ଦୃଷ୍ଟିରୁ ୨୪ ଟି ଓ୍ବାର୍ଡରେ ୨୪ ଭୋଟ ଗ୍ରହଣ କେନ୍ଦ୍ର ରହିଛି । ପଞ୍ଚାୟତ ର ଭୋଟର ସଂଖ୍ୟା ୧୩,୭୦୭ ଥିବା ବେଳେ ଏଥି ମଧ୍ୟରେ ପୁରୁଷ ଭୋଟର ୬୯୪୫ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୬୭୫୨ ରହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପଞ୍ଚାୟତରେ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ମଧ୍ୟ ରହିଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୩ ଜଣ ପ୍ରାର୍ଥୀ/ପ୍ରାର୍ଥିନୀ ନିର୍ବାଚିତ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଦଳୀୟ ଚିହ୍ନରେ ନିର୍ବାଚନ ହେଉଥିବା ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭାରତୀୟ ଜାତୀୟ କଂଗ୍ରେସ, ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି,ବହୁ ଜନ ସମାଜ ପାର୍ଟି ଏବଂ ଚଳିତ ଥର ପ୍ରଥମ କରି ଜିଲ୍ଲାର ତ୍ରିସ୍ତରୀୟ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେଇଛନ୍ତି । ସେହିପରି ସରପଞ୍ଚ ପଦବୀ ପାଇଁ ୧୨ ଜଣ,ଓ ସମିତି ସଭ୍ୟା ପାଇଁ ୬ ଜଣ ନିର୍ବାଚନ ଲଢ଼ୁଛନ୍ତି ।

jay balangir
Leave A Reply

Your email address will not be published.

18 − fifteen =