pakka

ସାର ପାଇଁ ରାସ୍ତା ରୋକ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସାରର କଳାବଜାରୀ ରୋକିବା ଦାବୀରେ ବରଗଡ଼ ବ୍ଲକ ବେହେରା ଅଞ୍ଚଳର ଚାଷୀ ବରଗଡ଼ ଆମ୍ବାପାଲି ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ ପାଇଁ ଘଣ୍ଟା ଘଣ୍ଟା ଧରି ବରଗଡ଼ ବଲାଙ୍ଗିର ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଘଟଣା ସ୍ଥଳରେ ଜିଲ୍ଲା କୃଷି ବିଭାଗୀୟ ଅଧିକାରୀ ପହଞ୍ଚି ଆମ୍ବାପଲି ସ୍ଥିତ ଜନୈକ ବ୍ୟବସାୟୀଙ୍କ ସାର ଗୋଦାମ ସାଙ୍ଗେ ଅନ୍ୟ ଦୁଇ ଗୋଦାମରେ ଚଢାଉ ଜାରି ରଖିଛନ୍ତି । ରାସ୍ତା ଅବରୋଧ ପାଇଁ ବରଗଡ଼ ବଲାଙ୍ଗିର ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବରଗଡ଼ର ସାମାଜିକ ଅନୁଷ୍ଠାନ ‘ଫର୍’ ର ସଭାପତି ଇଂ ଦେବବ୍ରତ ମିଶ୍ର ପହଞ୍ଚି ଚାଷୀଙ୍କ ଦାବୀକୁ ସମର୍ଥନ କରି ବିଭାଗୀୟ ଅଧିକାରୀଙ୍କ ସାଙ୍ଗ ଆଲୋଚନା କରିବା ସହ ସାର କଳାବଜାରୀ କରୁଥିବା ଦୋକାନୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ କରିବାକୁ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

three + 9 =

error: Content is protected !!