pakka

‘ସୁନାସାଜ’ର ୮ମ ବାର୍ଷିକଉତ୍ସବ ପାଳିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସାହିତ୍ୟ ସଂଗଠନ ସୁରଭୀ ନାଟକ ସାହିତ୍ୟ ଜଗତ ତଥା ‘ସୁନାସାଜ’ର ୮ମ ବାର୍ଷିକୀ ଉତ୍ସବ ଛତ୍ରପୁର ଘଡଘଡାପଲ୍ଲୀ ନିକଟସ୍ଥ ପବିତ୍ର ପୂଣ୍ୟଭୂମି ଯଜ୍ଞଶାଳାଠାରେ ସାମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଆନୁଷ୍ଠାନିକ ଆଲୋଚନା ହୋଇ ପରେ ସ୍ୱରଚିତ କବିତାପାଠ, ଭଜନ କୀର୍ତ୍ତନ, ଏକକୀ ଅଭିନୟ ଆଦି ପରିବେଷିତ ହୋଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ ଆଣି ଦେଇଥିଲା । ଅନୁଷ୍ଠାନର ମୁଖ୍ୟ ତଥା ପ୍ରତିଷ୍ଠାତା ସଭାପତି ଭାନୁହଂସ ପଣ୍ଡାଙ୍କ ପୋୖରହିତ୍ୟରେ ଅନୁଷ୍ଠିତ ଏହି ଆସରରେ ଚଳିତବର୍ଷ ନିମନ୍ତେ ପରିଚାଳନା ପରିଷଦର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସଭାପତି ଭାବେ ପୁନଃର୍ବାର ଭାନୁହଂସ ପଣ୍ଡା ମନୋନୀତ ହୋଇଥିବାବେଳେ ଉପ-ସଭାପତି ଭାବେ ଡ଼ଃ. ଭି.ରାଜେନ୍ଦ୍ର ରାଜୁ, ସାଧାରଣ-ସମ୍ପାଦକ ନିରଞ୍ଜନ ପାତ୍ର, ଯୁଗ୍ମ-ସମ୍ପାଦକ ଉମାକାନ୍ତ ବେହେରା, କୋଷାଧ୍ୟକ୍ଷ ରାମଚନ୍ଦ୍ର ମିଶ୍ର, ମହିଳା ସଦସ୍ୟା ଭାବେ ଶ୍ରୀମତୀ ସୁକାନ୍ତି ପାତ୍ର ଓ ପ୍ରମିତା ପ୍ରଧାନ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏହି କାର୍ୟ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ସୀମାଞ୍ଚଳ ପଣ୍ଡା, ରମାକାନ୍ତ ପାଣିଗ୍ରାହୀ, ସମାଜସେବୀ ଗାୟତ୍ରୀ ମହାନ୍ତି, ନାଟ୍ୟକାର ନିରାକାର ବେହେରା ପ୍ରମୁଖ ବହୁ ବ୍ୟକ୍ତି ଏହି କାର୍ୟ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

4 × five =

error: Content is protected !!