କାଇଁଶିର ଗ୍ରାମ ପଂଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଅହଲ୍ୟା ସେଠ୍

ବରପାଲି, (ପୁସ୍ତମ ଯୁଆଡି) : ବରପାଲି ବ୍ଲକ କାଇଁଶିର ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅହଲ୍ୟା ସେଠ୍ । ଏହି ଅବସରରେ ପଂଚାୟତର ସମସ୍ତ ସଦସ୍ୟ ତଥା ୱାର୍ଡ ସଭ୍ୟମାନେ ଶ୍ରୀମତୀ ସେଠଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ ଏବଂ ପୂର୍ବତନ ସରପଞ୍ଚ ପଂଚାୟତର ସମସ୍ତ ରେଜିଷ୍ଟର୍ ମଧ୍ୟ ତାଙ୍କୁ ହସ୍ତାନ୍ତର କରିଛନ୍ତି । କାଇଁଶିର ଗ୍ରାମ ପଞ୍ଚାୟତକୁ ଏକ ସମୃଦ୍ଧ, ବିକଶିତ ଓ ସ୍ମାର୍ଟ ପଂଚାୟତ ରୂପେ ଗଢି ତୋଳିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତାଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ପଂଚାୟତବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

eighteen − three =

error: Content is protected !!